ଶନିବାର ସୁନୀତା ବିଶ୍ୱାଳ ବିଜେଡିରେ ମିଶିଥିବା ବେଳେ ଆଉ ଜଣେ ନେତା ବିଜେଡି ଛାଡିଛନ୍ତି. ଯୁବ ବିଜେଡିର କାର୍ଯ୍ୟକାରୀ ସଭାପତି ରୂପେ କାର୍ଯ୍ୟ କରୁଥିବା ବାବୁ ସିଂହ ଶୁକ୍ରବାର ନିଜ ଇସ୍ତଫା ପତ୍ର ନବୀନଙ୍କୁ ପଠାଇଛନ୍ତି. ପଦବୀ ସହିତ ବିଜେଡିର ପ୍ରାଥମିକ ସଦସ୍ୟରୁ ମଧ୍ୟ ସେ ଇସ୍ତଫା ଦେଇଛନ୍ତି. ଇସ୍ତଫା ପତ୍ରରେ ଦଳ ଛାଡିବାର କାରଣ ସେ ସ୍ପଷ୍ଟ କରିନଥିବା ବେଳେ ଏକାମ୍ର ନିର୍ବାଚନ ମଣ୍ଡଳୀରୁ ବିଜେଡି ଟିକେଟରେ ନିର୍ବାଚନ ଲଢିବାକୁ ସେ ଚାହୁଁଥିଲେ. ଏକାମ୍ର ନିର୍ବାଚନମଣ୍ଡଳୀ ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ନେଇ ନିର୍ବାଚନମଣ୍ଡଳୀରେ ଲୋକେ ଅସନ୍ତୁଷ୍ଟ ଥିବା ସଂପର୍କରେ ସେ ଦଳୀୟ ନେତୃତ୍ବକୁ ଜଣାଇଥିଲେ ମଧ୍ୟ ଦଳ ପ୍ରାର୍ଥୀ ବଦଳାଇବା ସପକ୍ଷରେ ନାହିଁ. ଦଳ ଭିତରେ ଅଶୋକଙ୍କ ସହ ତାଙ୍କର ଦୀର୍ଘଦିନ ଧରି ମଦ ଭେଦ ଲାଗି ରହିଥିବା ବେଳେ ଦଳ କୌଣସି ପଦକ୍ଷେପ ନ ନେବା ଯୋଗୁ ସେ ଦଳ ଛାଡିଥିବା କୁହାଯାଉଛି. ଏବେ ବିଜେଡିରୁ ତାଙ୍କ ଇସ୍ତଫା ପରେ ଆଗକୁ ସେ କେଉଁ ଦଳରେ ଯୋଗ ଦେଉଛନ୍ତି ତାହା ଦେଖିବାକୁ ରହିଲା.

LEAVE A REPLY

Please enter your comment!
Please enter your name here