ଆଜି ପବିତ୍ର ମକର ସଂକ୍ରାନ୍ତିରେ ପୁରୀ ଶ୍ରୀମନ୍ଦିରରେ ଏକ ବଡ଼ ଅଘଟଣ ଘଟିଛି । ବୁଧବାର ଭିତରକାଠ ନିକଟରେ ରକ୍ତ ଛିଟା ପଡ଼ିଥିବାରୁ ଶ୍ରୀଜୀଉମାନଙ୍କର ବଡ଼ ମହାସ୍ନାନ କରାଯାଇଛି ।
ଆଜି ସକାଳେ ମହାପ୍ରଭୁଙ୍କର ଗୋପାଳ ବଲ୍ଲଭ ନୀତି ହେବାକୁ ଥିବାବେଳେ ଜଣେ ସେବାୟତ ରକ୍ତ ଛିଟା ଦେଖିଥିଲେ । ଶ୍ରୀମନ୍ଦିରର ଭିତର କାଠ ପାଖରେ ରକ୍ତ ଛିଟା ପଡ଼ିଥିବାରୁ ମହାସ୍ନାନ କରାଯାଇଛି । ଏହା ଫଳରେ ପ୍ରାୟ ଘଣ୍ଟାଏ ଧରି ମହାପ୍ରଭୁଙ୍କ ନୀତି ବିଳମ୍ବ ହୋଇଛି । ମହାସ୍ନାନ ପାଇଁ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରହିଛି । ମହାପ୍ରଭୁଙ୍କ ମହାସ୍ନାନ ନୀତି ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ । ମକର ସଂକ୍ରାନ୍ତି ଉପଲକ୍ଷେ ଶ୍ରୀକ୍ଷେତ୍ରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି । ମହାପ୍ରଭୁ ଆଜି ମରାଚୌରାସୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ଗୋପାଳବଲ୍ଲଭ ଓ ସକାଳଧୂପ ନୀତି ବଢ଼ିବା ପରେ ମଇଲମ, ମହାସ୍ନାନ, ସର୍ବାଙ୍ଗ ଲାଗି, ନୂଆଲୁଗା ଲାଗି, ମାଳଚୂଳ ଲାଗି ହେବା ପରେ ୬ ମୂର୍ତ୍ତି ଅଳଙ୍କାର ଲାଗି ହୋଇ ମହାପ୍ରଭୁ ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ।

LEAVE A REPLY

Please enter your comment!
Please enter your name here