ଆଜି ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପିତ ହୋଇଛି । ଆଜି ୯ମ ଥର ପାଇଁ ନିର୍ମଳା ସୀତାରମଣ ଏହି ବଜେଟ୍‌ ଆଗତ କରିଛନ୍ତି। ଏଥର ବଜେଟରେ ଅର୍ଥମନ୍ତ୍ରୀ ବିଭିନ୍ନ ବଡ଼ ଘୋଷଣା କରିଛନ୍ତି । ଚଳିତ ବଜେଟ୍‌ରେ ସ୍ୱାସ୍ଥ୍ୟ କ୍ଷେତ୍ର ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି ମୋଦି ସରକାର। ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ କେଉଁସବୁ ଜିନିଷ ଶସ୍ତା ଏବଂ କେଉଁ ସବୁ ଜିନିଷ ମହଙ୍ଗା ହେବ ତାହା ଘୋଷଣ କରିଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି ଯେ,କ୍ୟାନସର ରୋଗର ୧୭ଟି ଔଷଧ ଶସ୍ତା ହେବ। କ୍ୟାନସର, ମଧୁମେହ ଭଳି ୭ଟି ଗମ୍ଭୀର ରୋଗର ଔଷଧ ଶସ୍ତା କରାଯିବ ବୋଲି ଘୋଷଣା କରାଯାଇଛି । ସିନ୍ଥେଟିକ ଚପଲ ଜୋତା, ଚମଡା ଉତ୍ପାଦ, ଲିଥିୟନ ଆୟନ ସେଲ, ମେବାଇଲ ବ୍ୟାଟେରୀ, ସୋଲାର ଗ୍ଲାସ, ଖେଳକୁଦ ସାମଗ୍ରୀ, ବିଡି, ମୋବାଇଲ ଫୋନ, ଇଭି ବ୍ୟାଟେରୀ, ବାୟୋଗ୍ୟାସ ମିଶ୍ରିତ ସିଏନଜି, ସୋଲାର ଜଡିତ ସାମଗ୍ରୀ, ବିମାନ ଇନ୍ଧନ, ବିଦେଶ ଯାତ୍ରା ,ମାଇକ୍ରୋ ଓଭେନ୍, କପଡ଼ା, ଚମଡ଼ାରୁ ପ୍ରସ୍ତୁତ ଜୋତା, ବ୍ୟାଗ ମଧ୍ୟ ଶସ୍ତା ହେବ। ସୌରଚାଳିତ ବସ୍ତୁ, ସି-ଫୁଡ୍, ଇଭି ବ୍ୟାଟେରୀ, ବାୟୋ CNG ଗ୍ୟାସ୍ ବି ଶସ୍ତା ହେବ। ମହଙ୍ଗା ହେବାକୁ ଥିବା ଜିନିଷ ଗୁଡିକ ହେଉଛି ମଦ, ଖଣିଜ ପଦାର୍ଥ, ପାନ ମସଲା, ସିଗାରେଟ, ତମାଖୁ ସାମଗ୍ରୀ, ଆମଦାନିଯୁକ୍ତ ଦାମୀ କାର, ଆମଦାନିଯୁକ୍ତ ଘଣ୍ଟା, ସୌଖିନ ପୋଷାକ ଇତ୍ୟାଦି।

LEAVE A REPLY

Please enter your comment!
Please enter your name here