ଅକ୍ଟୋବର ପହିଲାରୁ ପଲିଥିନ ନିଷେଧ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଲା । ସରକାର ଖବରକାଗଜ ଓ ଟିଭିରେ ପଲିଥିନ ନିଷେଧକୁ ନେଇ ଜୋରସୋରରେ ପ୍ରଚାର କଲେ , କିନ୍ତୁ ପଲିଥିନ ବ୍ୟବହାର ବନ୍ଦ ହେଲା ନାହିଁ । ଉଭୟ ବ୍ୟବସାୟୀ ଓ ଜନସାଧାରଣ ଖୁଲମଖୁଲା ପଲିଥିନରେ ସାମଗ୍ରୀ ନେଲେ, ଏବେ ମାସେ ପରେ ସରକାର ପଲିଥିନ ବ୍ୟବହାରକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହୁଛନ୍ତି । ମାସେ ତଳେ ନିଷେଧ କଲାବେଳେ କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ କାହିଁକି । ଅର୍ଥାତ୍ ପଲିଥିନ ବ୍ୟବସାୟୀଙ୍କ ସହ ସରକାରୀ କଳର ଭିତ୍ତିରି ସମ୍ପର୍କ ଯୋଗୁଁ ଗଚ୍ଛିତ ଥିବା ପଲିଥିନ ବ୍ୟବହାର କରିବାକୁ ଅନୁମତି ଦିଆଗଲା । ଯଦି ପଲିଥିନ ବ୍ୟବହାର ଜନିତ ପରିବେଶ ପ୍ରଦୂଷଣ ପାଇଁ ସରକାର ଚିନ୍ତିିତ , ତାହେଲେ ମାସେ ତଳୁ କଡାକଡି କାର୍ଯ୍ୟାନୁଷ୍ଠାନ ନିଆଯାଇପାରିଥାନ୍ତା । କିନ୍ତୁ ସରକାର ବ୍ୟବସାୟୀଙ୍କ ନିକଟରେ ଗଚ୍ଛିତ ଥିବା ପଲିଥିନ ସାରିବା ପାଇଁ ଗୋଟେ ମାସ ମହଲତ ଦେଇଦେଲେ । ଏବେ ଗୁରୁବାରଠାରୁ ପଲିଥିନ୍ ବ୍ୟବହାର ଉପରେ ଲଗାମ ଲାଗିବ ରାଜ୍ୟ ସରକାର କହୁଛନ୍ତି । ଛୋଟ ଛୋଟ ଦୋକାନୀ ପଲିଥିନ୍ ବ୍ୟବହାର କଲେ ସେମାନଙ୍କ ଉପରେ ୩୦୦୦, ୫ ହଜାର କିମ୍ବା ୭ ହଜାର ଟଙ୍କାର ଫାଇନ ଲାଗିବ । ଆଉ ସବୁଠାରୁ ବଡ କଥା ହେଉଛି ପଲିଥିନ୍ ବ୍ୟବହାର କରାଯାଉଥିବା ନେଇ ଅଭିଯୋଗ ଆସିଲେ, ମ୍ୟୁନିସିପାଲଟି କିମ୍ବା ଅର୍ବାନ ଡେଭଲପମେଣ୍ଟ ଚଢାଉ କରିପାରିବେ । ଦେଖାଯାଉ ସରକାର ଏ ନିଷ୍ପତ୍ତିକୁ କେତେଦୁର କାର୍ଯ୍ୟକାରୀ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here