ସ୍ମାର୍ଟ ହେଲମେଟ. ସାଧାରଣତଃ ସୁରକ୍ଷା ପାଇଁ ଆମେ ଯାହାକୁ ମୁଣ୍ଡରେ ପିନ୍ଧିଥାଉ ତାକୁ ହେଲମେଟ ବୋଲି କହିଥାଉ. ଆଉ ଏହି ହେଲମେଟଟି ଆମକୁ ସମସ୍ତ ଦୁର୍ଘଟଣାରୁ ରକ୍ଷା କରିଥାଏ. ମାତ୍ର ସମସ୍ତେ ଏହାକୁ ପିନ୍ଧିବାକୁ ପସନ୍ଦ କରିନଥାନ୍ତି. ସେଥିପାଇଁ ରାୟଗଡା ଜିଷ୍ଟ ଇଞ୍ଜିନିୟରିଂ କଲେଜର ଛାତ୍ରମାନେ ଏପରି ଏକ ହେଲମେଟ ପ୍ରସ୍ତୁତ କରିଛନ୍ତି, ଯାହାର ନାଁ ରହିଛି ସ୍ମାର୍ଟ ହେଲମେଟ. ତେବେ ଏହା କୌଣସି ସାଧାରଣ ହେଲମେଟ ପରି ନୁହେଁ. ଏହାକୁ ନ ପିନ୍ଧିଲେ ଗାଡି ଷ୍ଟାର୍ଟ ହେବନି. ଏହାଛଡା ମଦ୍ୟପାନ କଲେ ମଧ୍ୟ ଗାଡି ଷ୍ଟାର୍ଟ ହେବନି. ବିଶେଷ କଥା ହେଲା, ସଂପୂର୍ଣ୍ଣରୂପେ ସେନ୍ସରରେ ପ୍ରସ୍ତୁତ ହୋଇଥିବା ଏହି ହେଲମେଟ ଅନେକାଂଶରେ ଦୁର୍ଘଟଣାରୁ ମଧ୍ୟ ରକ୍ଷା କରିପାରିବ.

ରାୟଗଡା ଖଲିଗୁଡା ଜିଷ୍ଟ ଇଞ୍ଜିନିୟରିଂ କଲେଜର 5 ଜଣ ଛାତ୍ର ଏହି ସ୍ମାର୍ଟ ହେଲମେଟ ପ୍ରସ୍ତୁତ କରିଛନ୍ତି. ଇଲେକ୍ଟ୍ରୋନିକ ବିଭାଗର ଛାତ୍ର ଜ୍ଞାନରଞ୍ଜନ ପଟ୍ଟନାୟକଙ୍କ ସହ ଆଉ 4 ଜଣ ଛାତ୍ର ଏହି ସ୍ମାର୍ଟ ହେଲମେଟ ନିର୍ମାଣ କରିଛନ୍ତି. ସେନ୍ସର ଓ ମାଇକ୍ରୋ ପ୍ରୋସେସର ଦ୍ୱାରା ରିସିଭର ଡିସପ୍ଲେ ମେସିନ ତିଆରି କରାଯାଇଛି. ଯାହାଫଳରେ ବାଇକ ଚାବି ଅନ କରିବା ମାତ୍ରେ ଡିସପ୍ଲେ ମେସିନ ହେଲମେଟ ପିନ୍ଧିବା ପାଇଁ ନିର୍ଦ୍ଦେଶ ଦେବ. ହେଲମେଟ ନ ପିନ୍ଧିବା ପର୍ଯ୍ୟନ୍ତ ଗାଡି ଷ୍ଟାର୍ଟ ହେବାର କୌଣସି ସିଗନାଲ ଆସିବ ନାହିଁ. ଆଉ ଗାଡି ଚଲାଉଥିବା ସମୟରେ ଯଦି ଗାଡି ଚାଳକ ହେଲମେଟ ବାହାର କରିଦିଅନ୍ତି, ତାହେଲେ ଗାଡିଟି ବନ୍ଦ ହୋଇଯିବ.

ହେଲମେଟ ଭିତରେ ଏକ ଟ୍ରାନ୍ସମିଟର ରହିଛି. ଯାହା ସଂପୂର୍ଣ୍ଣରୂପେ ଏକ ପ୍ଲାଷ୍ଟିକ ବକ୍ସ ଦ୍ୱାରା ଆବରଣ ହୋଇ ରହିଛି. ଫଳରେ ଖରା, ବର୍ଷା ଓ ଶୀତ ଦିନରେ ମଧ୍ୟ ଏହି ମେସିନ କାମ କରିବ. ଅନ୍ୟପଟେ ଏହାକୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ମାନ୍ୟତା ଦେବା ପାଇଁ ରାଜ୍ୟ ସରକାରଙ୍କ ସହାୟତା ଲୋଡାଯିବ ବୋଲି କହିଛନ୍ତି କଲେଜ କର୍ତ୍ତୃପକ୍ଷ.

ପରବର୍ତ୍ତୀ ସମୟରେ ଏଥିରେ ଜିପିଏସ ମଧ୍ୟ ଲଗାଯିବ. ଯେଉଁଥିପାଇଁ ଦୁର୍ଘଟଣା ପରେ ମଧ୍ୟ ଏହା ଦ୍ୱାରା ଦୁର୍ଘଟଣାସ୍ଥଳ ବିଷୟରେ ଜଣାପଡିବ.

 

LEAVE A REPLY

Please enter your comment!
Please enter your name here