ପୂର୍ବତନ ଆଇଏଏସ୍ ଅଧିକାରୀ ପ୍ରଦୀପ ଜେନାଙ୍କ ବିରୋଧରେ ଓଡ଼ିଶା ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଆବେଦନରେ ଦର୍ଶାଯାଇଛି ଯେ, ସେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗର ଅଧ୍ୟକ୍ଷ ଥିବା ସମୟରେ ଭୁବନେଶ୍ବର କ୍ଲବର ସଭାପତି ପଦ ଗ୍ରହଣ କିପରି କଲେ, ତାହା ନିୟମସଂଗତ ନୁହେଁ ।ଜଣେ ସାମ୍ବାଦିକ ପ୍ରଦୀପ ଜେନାଙ୍କ ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଓଇଆରସିର ଅଧ୍ୟକ୍ଷ ପଦରେ ଥାଇ ପ୍ରଦୀପ ଜେନା କିପରି ଭୁବନେଶ୍ୱର କ୍ଲବର ସଭାପତି ପଦ ଗ୍ରହଣ କଲେ ସେ ନେଇ ପ୍ରଶ୍ନ ଉଠିଛି । କାରଣ ଓଇଆରସି ଏକ ଗଭର୍ଣ୍ଣିଂ ବଡି ଅଟେ । ଏହା ବିଦ୍ୟୁତ ଦର ନିର୍ଦ୍ଧାରଣ ଏବଂ ବଣ୍ଟନ କରିଥାଏ । ଏହା ଏକ ଅର୍ଦ୍ଧ ବିଚାର ବିଭାଗୀୟ ବ୍ୟବସ୍ଥା ଅଟେ । ଓଡ଼ିଶା ବିଦ୍ୟୁତ ସଂସ୍କାର ଆଇନ ୧୯୯୫ ର ସେକସନ୍ ୭ ଅନୁଯାୟୀ ଓଇଆରସିର କୌଣସି ସଦସ୍ୟ କିମ୍ବା କର୍ମଚାରୀ କୌଣସି ଲାଭାନ୍ୱିତ ପଦରେ ରହିପାରିବେ ନାହିଁ । ସେହିପରି ଓଡ଼ିଶା ବିଦ୍ୟୁତ ସଂସ୍କାର ଆଇନ ୨୦୦୩ର ଧାରା ୯୦ ଅନୁଯାୟୀ ଏଥିରେ ଦଣ୍ଡ ବିଧାନର ବ୍ୟବସ୍ଥା ରହିଛି । କାରଣ ଏଥିରେ ବିଦ୍ୟୁତ ଦର ନିର୍ଦ୍ଧାରଣ ପ୍ରଭାବିତ ହେବାର ଆଶଙ୍କା ରହିଛି । ତେଣୁ ପ୍ରଦୀପ ଜେନାଙ୍କୁ ଓଇଆରସିର ଅଧ୍ୟକ୍ଷ ପଦରୁ ବହିଷ୍କାର କରିବାକୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here