ଆଜି ରାଜ୍ୟର ୨୯ ଜିଲ୍ଲାରୁ୧୩୪୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୮୧୮ଜଣ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବାବେଳେ ୫୨୩ ଲୋକାଲ୍ କେସ୍ ରହିଛି । ସର୍ବପରି ଗଞ୍ଜାମରେ ସର୍ବାଧିକ ୨୨୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୨୧୮, ଭଦ୍ରକରୁ ୮୩,ବରଗଡ଼ରୁ ୫୬,ଝରସୁଗୁଡ଼ାରୁ ୬୭,ନୟାଗଡ଼ରୁ ୫୭,ରାୟଗଡ଼ାରୁ ୭୫,ସନ୍ଦରଗଡ଼ରୁ୯୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ବାଲେଶ୍ୱରରୁ ୫୪,ବଲାଙ୍ଗିରରୁ ୨୭,କଟକରୁ ୭୬,କୋରାପୁଟରୁ ୪୫,ସମ୍ବଲପୁରରୁ୨୬,କେନ୍ଦୁଝରରୁ ୨୩,କେନ୍ଦ୍ରାପଡ଼ାରୁ ୨୭,କଳାହାଣ୍ଡିରୁ ୨୫, ଗଜପତିରୁ୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କନ୍ଧମାଳରୁ ୧୬,ଯାଜପୁରରୁ୧୫,ଜଗିସିଂହପୁରରୁ୧୬, ମାଲକାନଗିରିରୁ ୧୭,ସୋନପୁରରୁ ୧୪, ପୁରୀରୁ ୧୬,ଅନୁଗୁଳରୁ ୪,ବୌଦ୍ଧରୁ୧୦,ଢ଼େଙ୍କାନାଳରୁ୧୪, ମୟୁରଭଞ୍ଜରୁ ୯,ନୁଆପଡ଼ାରୁ ୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଓ ଲୋକସର୍ମ୍ପକ ବିଭାଗ ଟ୍ୱିଟ୍ କରି ଜଣାଇଛନ୍ତି । ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୪୨୭ ଥିବାବେଳେ ଆକ୍ଟିଭ୍ କେସ୍ ରହିଛି ୪୮୭୯୬ । ୩୩୦୨୦ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି । ସେହିପରି କରୋନାରେ ଆଜି ଆଖି ବୁଜିଛନ୍ତି ୧୦ଜଣ । ଗଞ୍ଜାମ ଓ ଖୋର୍ଦ୍ଧାରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସୁନ୍ଦରଗଡ,ପୁରୀ,ବାଲେଶ୍ୱର ଓ ରାୟଗଡ଼ାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି ।

LEAVE A REPLY

Please enter your comment!
Please enter your name here