ବର୍ଷ ଆରମ୍ଭରୁ ଗ୍ରାହକଙ୍କୁ ଝଟକା । ମହଙ୍ଗା ହୋଇଛି ଏଲପିଜି ସିଲିଣ୍ଡର । କମର୍ସିଆଲ ଏଲପିଜି ସିଲିଣ୍ଡର ଦର ୨୫ ଟଙ୍କା ବୃଦ୍ଧି ହୋଇଛି । ମୂଲ୍ୟ ବୃଦ୍ଧି ପାଇବା ପରେ ଦିଲ୍ଲୀର ବ୍ୟବସାୟିକ ସିଲିଣ୍ଡର ଦାମ୍ ୧୭୬୮ ଟଙ୍କା ହୋଇଛି । ମୁମ୍ବାଇରେ ୧୭୨୧ ଟଙ୍କା ଏବଂ କୋଲକାତାରେ ଦର ୧୮୭୦ ଟଙ୍କାରେ ପହଁଞ୍ଚିଛି । ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦର ବୃଦ୍ଧି ପାଇବା ଯୋଗୁଁ ରେସ୍ତୋରାଁ ଓ ହୋଟେଲ ଆଦି ପ୍ରଭାବିତ ହେବ । ଶେଷଥର ପାଇଁ ୨୦୨୨ ଜୁଲାଇ ୬ ତାରିଖରେ ଘରୋଇ ରନ୍ଧନ ନିମନ୍ତେ ବ୍ୟବହୃତ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here