ଓଡ଼ିଶାରେ ୫.୫୬ କୋଟି ପେନସନ୍ ଟଙ୍କା ଘୋଟାଲାର ପର୍ଦାଫାସ କରିଛି ଭିଜିଲାନ୍ସ। ପେନସନ ପାଣ୍ଠି ଆତ୍ମସାତ ମାମଲାରେ ଭଦ୍ରକର ଜନା ସ୍ମଲ୍ ଫାଇନାନ୍ସ ବ୍ୟାଙ୍କର ବ୍ରାଞ୍ଚ ହେଡ୍‌ ମାତୃପ୍ରସାଦ ମହାନ୍ତିଙ୍କୁ ଗିରଫ କରାଯାଇଛି।ଏହି ଘୋଟଲା ୨୦୧୮ ନଭେମ୍ବରରୁ ୨୦୨୪ ସେପ୍ଟେମ୍ବର ପର୍ଯ୍ୟନ୍ତ ପ୍ରାୟ ଛଅ ବର୍ଷ ଧରି ଚାଲିଥିଲା। ଏହି ଟଙ୍କା ଯାଜପୁର ଜିଲ୍ଲାର କୋରେଇ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପାଇଁ ଉଦ୍ଦିଷ୍ଟ ପାଣ୍ଠିର ଅପବ୍ୟବହାର ସାମିଲ ଥିଲା। ଅଭିଯୁକ୍ତ ତାଙ୍କ ବାପା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ମହାନ୍ତିଙ୍କ ସହ ମିଶି ବିଇଓ କାର୍ଯ୍ୟାଳୟରେ ପୁନଃନିଯୁକ୍ତି ପାଇଥିବା ଜଣାପଡ଼ିଛି।ବାପା-ପୁଅ ମିଶି କରିଥିଲେ ପ୍ଲାନ୍ । ମାତୃପ୍ରସାଦ ତାଙ୍କ ବାପା ପ୍ରଦୀପ କୁମାର ମହାନ୍ତି ଯେ କି ପୂର୍ବତନ ମୁଖ୍ୟଶିକ୍ଷକ ଥିଲେ, ତାଙ୍କ ସହ ମିଶି ଏହି ପ୍ଲାନ୍ କରିଥିଲେ । ପ୍ରଦୀପ ବିଇଓ କାର୍ଯ୍ୟାଳୟରେ ପୁନଃନିଯୁକ୍ତ ହୋଇ HRMS ସିଷ୍ଟମ୍‌କୁ ଅବୈଧ ଭାବେ ଆକ୍ସେସ୍ କରିଥିଲେ।ମୃତ କିମ୍ବା ଅବସରପ୍ରାପ୍ତଙ୍କୁ ଆକ୍ଟିଭ୍ କରି ଟଙ୍କା ଉଠାଉ ଥିଲେ,ଅବସରପ୍ରାପ୍ତମାନଙ୍କୁ ଚାକିରିରେ ସକ୍ରିୟ ଭାବରେ ମିଥ୍ୟା ଭାବରେ ଦର୍ଶାଇବା ପାଇଁ ରେକର୍ଡ ହେରଫେର କରୁଥିଲେ ଓ ସେମାନଙ୍କ ନାମରେ ଜାଲ ମାସିକ ପେନସନ ବିଲ୍ ପ୍ରସ୍ତୁତ କରିଥିଲେ। ୧୩ ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କ ନାମରେ ଭୁଲ୍ ତଥ୍ୟ ଭରି ସେମାନଙ୍କୁ ସେବାରତ ଦେଖାଯାଇଥିଲା ଓ ପରେ ମାସିକ ପେନ୍ସନ୍ ବିଲ୍‌ ତିଆରି କରି ଟଙ୍କା ଉଠାଯାଇଥିଲା। ପରେ ଏହି ଟଙ୍କାକୁ ପରିବାର ସଦସ୍ୟଙ୍କ ବ୍ୟାଙ୍କ ଖାତାରେ ଟ୍ରାନ୍ସଫର କରାଯାଉଥିଲା।ଓଡ଼ିଶା ଭିଜିଲାନ୍ସ ତାଙ୍କୁ ଗତକାଲି ଗିରଫ କରିଛି।

LEAVE A REPLY

Please enter your comment!
Please enter your name here