ଭାରତୀୟ ବାୟୁସେନା ତା’ର ଐତିହାସିକ ଯୁଦ୍ଧବିମାନ ମିଗ-୨୧କୁ ୬୨ ବର୍ଷର ସେବା ପରେ ଅବସର ଦେବାକୁ ପ୍ରସ୍ତୁତ ହେଉଛି। ଏୟାରଫୋର୍ସ ପକ୍ଷରୁ ସେପ୍ଟେମ୍ବରରେ ମିଗ୍-୨୧ ଲଢ଼ୁଆ ବିମାନର ସେବା ବନ୍ଦ କରିଦିଆଯିବ । ଏହା ସହିତ ସେପ୍ଟେମ୍ବରରେ ଚଣ୍ଡିଗଡ଼ ଏୟାରବେସରେ ଏକ ବିଦାୟ ସମାରୋହ ଆୟୋଜନ କରାଯିବ । ଏହି ସମୟରେ ଅଫିସିଆଲ୍ ଭାବରେ ଏହି ବିମାନଗୁଡ଼ିକୁ ଅବସର ଦିଆଯିବ ।

୧୯୬୩ ମସିହାରେ ଭାରତୀୟ ବାୟୁସେନାରେ ସାମିଲ ହୋଇଥିବା ମିଗ-୨୧ ୧୯୬୫ ଓ ୧୯୭୧ର ଭାରତ-ପାକିସ୍ତାନ ଯୁଦ୍ଧ, ୧୯୯୯ର କାର୍ଗିଲ ଯୁଦ୍ଧ, ୨୦୧୯ର ବାଲାକୋଟ ଆକ୍ରମଣ ଏବଂ ଅପରେସନ ସିନ୍ଦୁରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ତେବେ, ସାମ୍ପ୍ରତିକ ବର୍ଷଗୁଡ଼ିକରେ ଏହି ବିମାନ ୪୦୦ରୁ ଅଧିକ ଦୁର୍ଘଟଣାରେ ସାମିଲ ହୋଇଥିବା ଏବଂ ଅନେକ ପାଇଲଟଙ୍କ ଜୀବନହାନୀ ଘଟାଇଥିବା ଯୋଗୁଁ ଏହାକୁ ଉଡ଼ନ୍ତା କଫିନ୍’ ମଧ୍ୟ କୁହାଯାଏ। ଏବେ ମିଗ୍-୨୧ର ସ୍ଥାନ ଧୀରେ ଧୀରେ ସ୍ୱଦେଶୀ ତେଜସ Mk-1A ବିମାନ ନେବ କିନ୍ତୁ ତେଜସର ଡେଲିଭରିରେ ବିଳମ୍ବ ହେବା କାରଣରୁ ମିଗ୍-୨୧କୁ ଅନେକ ଥର ଲାଇଫ୍ ଏକ୍ସଟେନସନ ଦେଇ ଉଡ଼ାଯାଉଥିଲା । ଏହାର ଅବସର ହେବା ପରେ ବାୟୁସେନାର ଲଢ଼ୁଆ ସ୍କ୍ଵାଡ୍ରନର ସଂଖ୍ୟା କେବଳ ୨୯ ରହିଯିବ। ସୂତ୍ର ଅନୁସାରେ ବାୟୁସେନାକୁ ମିଗ୍-୨୧ ଲମ୍ବା ସମୟ ଧରି ସେବା ଯୋଗାଇ ଆସୁଛି ଯାହା ଅନ୍ୟ କୌଣସି ଫାଇଟର୍ ଜେଟଙ୍କ ଦ୍ବାରା ଏପର୍ଯ୍ୟନ୍ତ ସମ୍ଭବ ହୋଇପାରିନାହିଁ । ଏହି ଜେଟ୍ ଦୁଇ-ତୃତୀୟାଂଶ IAFର ଇତିହାସ ସହିତ ଜଡ଼ିତ ରହିଛି । ଏହା ପ୍ରତିଟି ପାଇଲଟର କ୍ୟାରିୟର ସହ ମଧ୍ୟ ଜଡ଼ିତ ।

LEAVE A REPLY

Please enter your comment!
Please enter your name here