ଅଷ୍ଟମ ବେତନକୁ ନେଇ ସରକାର ଦେଲେ ବଡ ଅପଡେଟ୍। ଅଷ୍ଟମ ବେତନ କମିଶନ କେବେ ଲାଗୁ ହେବ ତାହାକୁ ନେଇ ଏବେ ଚାଲିଛି ଆଲୋଚନା। ସରକାର କହିଛନ୍ତି ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ପାଖରେ ୫୦.୧୪ ଲକ୍ଷ କର୍ମଚାରୀ ଏବଂ ପ୍ରାୟ ୬୯ ଲକ୍ଷ ପେନସନଭୋଗୀ କାର୍ଯ୍ୟ କରୁଛନ୍ତି। ସେମାନେ ସମସ୍ତେ ଅଷ୍ଟମ ବେତନ କମିଶନର ନୂତନ ଦରମା ଏବଂ ପେନସନ ସଂଶୋଧନର ପରିସରଭୁକ୍ତ। ଲୋକସଭାରେ, ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି ଯେ, ୮ମ ବେତନ ସମ୍ପର୍କରେ ବିଳମ୍ବ ବିଷୟରେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। କମିଶନ ଏହାର ଗଠନ ବା ସ୍ଥାପନା ତାରିଖଠାରୁ ୧୮ ମାସ ମଧ୍ୟରେ ଏହାର ସୁପାରିଶ ଦାଖଲ କରିବ। ୫୦ ଲକ୍ଷରୁ ଅଧିକ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପ୍ରାୟ ୬.୯ ଲକ୍ଷ ପେନସନଭୋଗୀ ୮ମ ବେତନ କମିଶନରୁ ସିଧାସଳଖ ଲାଭ ପାଇବାକୁ ଯାଉଛନ୍ତି । ତେଣୁ ଏହି ଅପଡେଟ୍ ସାଧାରଣ ଜନତାଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ବେତନ କମିଶନ ତାଙ୍କର ସୁପାରିଶ ଦାଖଲ କରିବା ମାତ୍ରେ ଏବଂ ସରକାର ସେଗୁଡ଼ିକୁ ଅନୁମୋଦନ କରିବା ମାତ୍ରେ, କେନ୍ଦ୍ର ସରକାର ବଜେଟରେ ଆବଶ୍ୟକୀୟ ପାଣ୍ଠି ଆବଣ୍ଟନ କରିବେ। ପାଣ୍ଠିର ଅଭାବ କୌଣସି ସୁପାରିଶ କାର୍ଯ୍ୟକାରୀ କରିବାରେ ବାଧା ସୃଷ୍ଟି କରିବ ନାହିଁ। ଏହି କମିଶନର ସୁପାରିଶ କାର୍ଯ୍ୟକାରୀ ହେବା ଦ୍ୱାରା କର୍ମଚାରୀଙ୍କ ମାସିକ ଆୟ ଏବଂ ପେନସନ ଉଭୟ ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପଡ଼ିବ , ଏହା ଫଳରେ ସେମାନଙ୍କ ଜୀବନର ମାନ ଉନ୍ନତ ହେବ।ସରକାର କହିଛନ୍ତି ଯେ ଅଷ୍ଟମ ବେତନ କମିଶନ କେବେ କାର୍ଯ୍ୟକାରୀ ହେବ ତାହା କେନ୍ଦ୍ର ସରକାର ନିଷ୍ପତ୍ତି ନେବେ।














