ଗୁଜୁରାଟର ଗିର୍ ଜଙ୍ଗଲରେ ସିଂହଙ୍କ ମୃତ୍ୟୁ ସଂଖ୍ୟା ଥମିବାର ନା ନେଉନଥିବା ବେଳେ ଏକ ସପ୍ତାହ ମଧ୍ୟରେ ଆଉ ଏକ ସିଂହର ମୃତ ଦେହ ଉଦ୍ଧାର କରାଯାଇଛି. ସମୁଦାୟ ଉପରେ 18 ଦିନରେ 21ଟି ସିଂହଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି. ଏହିପରି ଭାବେ କିଛିଦିନ ଅନ୍ତରରେ ରାଷ୍ଟ୍ରୀୟ ଉଦ୍ୟାନରେ ସିଂହଙ୍କ ଏଭଳି ଆଶ୍ଚର୍ଯ୍ୟଜନକ ମୃତ୍ୟୁ ବନ ଅଧିକାରୀ ଓ ସଂରକ୍ଷଣବିତ୍ ଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି. ତେବେ ସିଂହଙ୍କ ଲିଭର୍ ଓ କିଡନୀରେ ସଂକ୍ରମଣର ହେବା ସେମାନଙ୍କ ମୃତ୍ୟୁର ମୁଖ୍ୟ କାରଣ ବୋଲି ବନବିଭାଗ କହିଛି. ବର୍ତ୍ତମାନ ଅଧିକାରୀମାନେ 31ଟି ସିଂହଙ୍କୁ ଆନିମଲ୍ କେୟାର ସେଣ୍ଟରକୁ ପଠାଇ ସେମାନଙ୍କୁ ଆଇସୋଲେସନ ମଧ୍ୟରେ ରଖିଛନ୍ତି. ସିହଂଙ୍କୁ ଅନ୍ୟ କୈାଣସି ଅଞ୍ଚଳରେ ଠାବ କରାଯାଇନଥିବା ବେଳେ କେବଳ ସାମରଦୀ ଅଞ୍ଚଳରେ 31 ଟି ସିଂହଙ୍କୁ ରକ୍ଷା କରାଯାଇ ଆନିମଲ୍ କେୟାର ସେଣ୍ଟରକୁ ପଠାଯାଇଛି ଓ ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି.

LEAVE A REPLY

Please enter your comment!
Please enter your name here