ଲୋକସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରୀ ଚାକିରିଆଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି. ମିଳିଥିବା ସୂଚନା ଅନୁସାରେ, ରେଳ କର୍ମଚାରୀଙ୍କ ପିଲା ଏବେ ବାହାରକୁ ଯାତ୍ରା କଲେ ମାଗଣାରେ ଯାତ୍ରା କରିପାରିବେ. ରେଳ ବିଭାଗରେ ଚାକିରୀ କରିଥିବା ବ୍ୟକ୍ତିଙ୍କ ମାତ୍ର ଦୁଇ ଜଣ ପିଲା 33 ବର୍ଷ ପର୍ଯ୍ୟନ୍ତ ମାଗଣା ଟ୍ରେନରେ ଯାତ୍ରା କରିପାରିବେ ବୋଲି ସୂଚନା ମିଳିଛି. ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ଏହା 21 ବର୍ଷ ପର୍ଯ୍ୟନ୍ତ ଥିଲା. ମାତ୍ର ଏବେ ଏହାର ସୀମା ବଢାଇ ଦିଆଯାଇଛି. ଏ ସଂକ୍ରାନ୍ତରେ ରେଳ ମନ୍ତ୍ରୀ ପିୟୁଷ ଗୋଏଲ ଆଦେଶ ମଧ୍ୟ ଜାରି କରିଛନ୍ତି ଏବଂ ଏହାକୁ ସମସ୍ତ ଡିଭିଜନର ରେଲୱେ ମ୍ୟାନେଜରଙ୍କୁ ପଠାଯାଇଛି. ତେବେ ଅଲ୍ ଇଣ୍ଡିଆ ରେଲୱେ ମେନ୍ସ ଫେଡେରେସନ ସହ ରେଳ ମନ୍ତ୍ରୀଙ୍କ ବୈଠକ ପରେ ଏହାକୁ ସବୁଜ ସଙ୍କେତ ଦିଆଯିବ. ଏହାକୁ ସଂଶୋଧନ କରିବା ପାଇଁ ପୂର୍ବରୁ ରେଳ କର୍ମଚାରୀମାନେ ବହୁବାର ଅଭିଯୋଗ କରିଥିଲେ. 20 ବର୍ଷ ପରେ ସାଧାରଣତଃ ପିଲାମାନେ ଅନ୍ୟ ରାଜ୍ୟକୁ ପଢିବାକୁ ଯାଇଥାନ୍ତି. ସେଥିପାଇଁ ଏହାକୁ 21 ବର୍ଷରୁ ଅଧିକ ବର୍ଷ କରିବା ପାଇଁ ସେମାନେ ଡିମାଣ୍ଡ କରିଆସୁଥିଲେ.

LEAVE A REPLY

Please enter your comment!
Please enter your name here