ମଧ୍ୟପ୍ରଦେଶରେ ପୁଣି ଥରେ ସରକାରୀ ଚିକିତ୍ସାଳୟର ଲଜ୍ଜା ଜନକ ସ୍ଥିତି ସାମ୍ନାକୁ ଆସିଛି. ମଧ୍ୟପ୍ରଦେଶର ଦମୋହରେ ମାତ୍ର 5 ହଜାର ଟଙ୍କା ପାଇଁ ସରକାରୀ ଚିକିତ୍ସାଳୟର ଜଣେ ଷ୍ଟାଫ ଗର୍ଭବତୀଙ୍କ ଚିକିତ୍ସା କରିନଥିବା ଜଣାପଡିଛି. ମଙ୍ଗଳବାର ବ୍ରଜେଶ ରାକବାର ନାମକ ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ନେଇ ସରକାରୀ ଚିକିତ୍ସାଳୟରେ ପହଞ୍ଚିଥିଲେ. ସେଠାରେ ଜଣେ ନର୍ସ କହିଥିଲେ, ମୋ ପାଖରେ 5 ହଜାର ଟଙ୍କା ପ୍ରଥମେ ଜମା କରନ୍ତୁ. ନହେଲେ କୌଣସି ଚିକିତ୍ସା ହୋଇପାରିବ ନାହିଁ. ଏହାର ପ୍ରତିବାଦ କରି ବ୍ରଜେଶ ଏହି କଥାକୁ ଏସଡିଏମଙ୍କ ନିକଟରେ ପ୍ରକାଶ କରିଥିଲେ. ପରେ ଏହି ଘଟଣାକୁ ଦୃଷ୍ଟିରେ ରଖି ଏସଡିଏମ ନାରାୟଣ ସିଂ କହିଛନ୍ତି ଯେ, ଏହା ଯଦି ସତ ହୋଇଥାଏ, ତାହେଲେ ଆଇନ ଅନୁସାରେ ଉଚିତ ପଦକ୍ଷେପ ନିଆଯିବ. ପରେ ଉକ୍ତ ଗର୍ଭବତୀ ମହିଳାଙ୍କୁ ଅନ୍ୟ ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା.

LEAVE A REPLY

Please enter your comment!
Please enter your name here