ରାୟଗଡା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ଖେଦପଡା ନିକଟରେ ଥିବା ମା’ ମାଣିକେଶ୍ୱରୀ ମନ୍ଦିରରୁ ଚୋରି ହୋଇଛି. ତେବେ ଗୁରୁବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଆସି ମନ୍ଦିର ଗ୍ରୀଲ ଭାଙ୍ଗି ଅଷ୍ଟଧାତୁରେ ନିର୍ମିତ ଏକ ଅଢେଇ ଫୁଟର ମୂର୍ତ୍ତି ଚୋରି କରିନେଇଛନ୍ତି. ଏହାଛଡା ମନ୍ଦିରରେ ଥିବା ମା’ଙ୍କ ସମସ୍ତ ଅଳଙ୍କାର ମଧ୍ୟ ଲୁଟି ନେଇଛନ୍ତି. ସକାଳେ ଯେତେବେଳେ ମନ୍ଦିର ପୂଜାରି ପୂଜା କରିବା ପାଇଁ ମନ୍ଦିରରେ ପହଞ୍ଚିଥିଲେ ଏହି ଦୃଶ୍ୟ ସେ ଦେଖିବାକୁ ପାଇଥିଲେ. ପରେ ଏ ସଂକ୍ରାନ୍ତରେ ଚାନ୍ଦବାଲି ପୋଲିସକୁ ଖବର ଦିଆଯାଇଥିଲା. ପୋଲିସ ସେଠାରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି.

LEAVE A REPLY

Please enter your comment!
Please enter your name here