କନ୍ଧମାଳରେ ଗୋଟିଏ ସେବାଶ୍ରମରେ ଅଷ୍ଟମ ଶ୍ରେଣୀର ଛାତ୍ରୀ ଏକ ଶିଶୁକୁ ଜନ୍ମଦେବା ଘଟଣାର ଚର୍ଚ୍ଚା ନଥମୁଣୁ ଯାଜପୁର ଜିଲ୍ଲା ଦାନଗଦି ଅଞ୍ଚଳରେ ଆଉ ଜଣେ 14 ବର୍ଷର ନାବାଳିକା ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛି.  ମିଳିଥିବା ସୂଚନା ଅନୁସାରେ, ରେଲୱେରେ କଣ୍ଟ୍ରାକ୍ଟର ଥିବା ପିଣ୍ଟୁ ଜେନା ନାମକ ଜଣେ ବ୍ୟକ୍ତିକୁ ନାବାଳିକା ଜଣଙ୍କ ମାସକୁ 1000 ଟଙ୍କା ହିସାବରେ ପ୍ରତିଦିନ ପାଣି ଯୋଗାଉଥିଲା. ସେହି ସମୟ ମଧ୍ୟରେ ପିଣ୍ଟୁ ନାବାଳିକା ସହ ଯୌନ ସଂପର୍କ ରଖିଥିଲା ଏବଂ କାହାକୁ ନ କହିବା ପାଇଁ ଧମକ ମଧ୍ୟ ଦେଇଥିଲା. ପରେ ଯେତେବେଳେ ନାବାଳିକା 5 ମାସର ଗର୍ଭବତୀ ହୋଇଥିଲା ସେତେବେଳେ ସେ ଜଣେ ଆଶାକର୍ମୀଙ୍କୁ ଏ ସଂପର୍କରେ କହିଥିଲା ଏବଂ ଆଶାକର୍ମୀ ଜଣଙ୍କ ନାବାଳିକା ପରିବାରକୁ ଏ ସଂକ୍ରାନ୍ତରେ ଜଣାଇଥିଲେ. ପରେ ନାବାଳିକାଙ୍କ ପିତା କଳିଙ୍ଗନଗର ଥାନାରେ ଏତଲା ଦେଇଥିଲେ. ଆଜିକୁ ଦୁଇମାସ ବିତିଥିଲେ ହେଁ ପୋଲିସ ଏ ଯାଏଁ କୌଣସି ପଦକ୍ଷେପ ନେଇ ନଥିବା ଅଭିଯୋଗ କରିଛନ୍ତି ନାବାଳିକାଙ୍କ ବାପା. ବର୍ତ୍ତମାନ ନାବାଳିକା ଏବଂ ତାଙ୍କ ଶିଶୁ କନ୍ୟାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି. ପିଣ୍ଟୁ ଜେନା ଏଭଳି କାଣ୍ଡ ଘଟାଇ ଫେରାର ଥିବା ଜଣାପଡ଼ିଛି . ଏହାର ତଦନ୍ତ କରାଯାଇ ନାବାଳିକାକୁ ନ୍ୟାୟ ଦିଆଯାଉବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here