ଦୁନିଆର ସବୁଠୁ ବୟସ୍କ ବ୍ୟକ୍ତି ଜାପାନର ମସାଜୋ ନୋନାକାଙ୍କର 113 ବର୍ଷ ବୟସରେ ମୃତ୍ୟୁ ହୋଇଛି. ଉତ୍ତରୀ ମୁଖ୍ୟ ଦ୍ୱୀପ ହୋକାଇଦୋର ଅଶୋରୋସ୍ଥିତ ନିଜ ବାସଭବନରେ ରବିବାର ଶୋଇଥିବା ସମୟରେ ମୃତ୍ୟୁ ହୋଇଛି. ତାଙ୍କର ସ୍ୱାସ୍ଥଗତ ସମସ୍ୟା କିଛି ନଥିବା ପରିବାର ପକ୍ଷରୁ କୁହାଯାଇଛି. ହୋକାଇଦୋ ଦ୍ୱୀପ ନିବାସୀ ନୋନାକାଙ୍କୁ 112 ବର୍ଷ ବୟସରେ ଗତ ବର୍ଷ ଦୁନିଆର ସବୁଠୁ ବୟସ୍କ ପୁରୁଷର ପ୍ରମାଣପତ୍ର ମିଳିଥିଲା. ତାଙ୍କର ଜନ୍ମ 25 ଜୁଲାଇ 1905 ମସିହାରେ ହୋଇଥିଲା. ସ୍ୱାସ୍ଥ୍ୟ ଶ୍ରମ ଓ କଲ୍ୟାଣ ମନ୍ତ୍ରାଳୟ ରିପୋର୍ଟ ଅନୁସାରେ, ଜାପାନରେ 2018 ମସିହା ସେପ୍ଟେମ୍ବର ମାସ ସୁଦ୍ଧା 100 ବର୍ଷରୁ ଅଧିକ ଲୋକଙ୍କ ସଂଖ୍ୟା 69,785 ଥିଲା, ଯେଉଁଥିରେ ପାଖାପାଖି 90 ପ୍ରତିଶତ ମହିଳା ଥିଲେ.

LEAVE A REPLY

Please enter your comment!
Please enter your name here