କିଛିମାସର ଅନ୍ତର ପରେ ପୁଣି ରାଜଧାନୀରେ ଦୁର୍ବୃତ୍ତଙ୍କ ଛୁରା ଆକ୍ରମଣ. ବିଭିନ୍ନ ପ୍ରକାର ଲୁଟ କରିବା ପାଇଁ ପୁଣି ସକ୍ରିୟ ହୋଇ ଉଠିଛନ୍ତି ଲୁଟେରା. ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବମିଖାଲ ନିକଟସ୍ଥ ଦୁର୍ଗା ମଣ୍ଡପ ନିକଟରେ. ମିଳିଥିବା ସୂଚନା ଅନୁସାରେ, ସୋମବାର ବିଳମ୍ବିତ ରାତିରେ କାରରେ ଯାଉଥିବା ଜଣେ ବ୍ୟବସାୟଙ୍କୁ କିଛି ଦୁର୍ବୃତ୍ତ ଛୁରୀରେ ଆକ୍ରମଣ କରି ତାଙ୍କ ଠାରୁ ସୁନା ଚେନ ସହ ଟଙ୍କା ପଇସା ମଧ୍ୟ ଲୁଟି ନେଇଛନ୍ତି. ଗତକାଲି ବ୍ୟବସାୟୀ ଜଣଙ୍କ ଘରକୁ ଯାଉଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କ ଗାଡି ଅଟକାଇ ଥିଲେ ଏବଂ ତାଙ୍କ ପାଖରେ ଯାହା ସୁନା ଓ ଟଙ୍କା ଅଛି ସେ ସବୁ ଦେବା ପାଇଁ କହିଥିଲେ. ମାତ୍ର ଉକ୍ତ ବ୍ୟକ୍ତି ଜଣଙ୍କ ମନା କରିବାରୁ ସେମାନେ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ. ଅନ୍ୟପଟେ  ସେହି ବାଟ ଦେଇ ଯାଉଥିବା ଆଉ ଜଣେ ବ୍ୟକ୍ତି ମଧ୍ୟ ଏହାକୁ ଦେଖି ପ୍ରତିବାଦ କରିଥିଲେ. ମାତ୍ର ଦୁର୍ବୃତ୍ତମାନେ ତାଙ୍କୁ ମଧ୍ୟ ଛାଡିନଥିଲେ. ଉଭୟଙ୍କୁ ଛୁରୀରେ ଆକ୍ରମଣ କରି ଉକ୍ତ ବ୍ୟବସାୟୀ ପିନ୍ଧିଥିବା ସୁନା ଚେନ ଓ ମୁଦି ନେବା ସହ ତାଙ୍କ ପାଖରେ ଥିବା ସମସ୍ତ ଟଙ୍କା ନେଇ ଘଟଣାସ୍ଥଳରୁ ଛୁ ହୋଇଯାଇଥିଲେ. ପରେ ଗୁରୁତର ଅବସ୍ଥାରେ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ଲକ୍ଷ୍ମୀସାଗର ପୋଲିସ ପହଞ୍ଚି ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି.

LEAVE A REPLY

Please enter your comment!
Please enter your name here