ମାଲକାନଗିରି ଜିଲ୍ମା ବାଲିମେଳାରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ. ଜିଲ୍ଲା ବିଜେପି ତରଫରୁ ବାଲିମେଳାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଉପସଭାପତି ପ୍ରମୋଦ କୁମାର ସାହୁ ପରିମଳ ବ୍ୟବସ୍ଥା ନେଇ ପ୍ରଶାସନିକ ଅବ୍ୟବସ୍ଥାକୁ କଟୁ ସମାଲୋଚନା କରିଛନ୍ତି. ନିୟମ ଅନୁସାରେ, 271041 ଟଙ୍କା ମାସିକ ଦେୟ ଟେଣ୍ଡର ଥିବା ବେଳେ ବର୍ତ୍ତମାନ 240070 ଟଙ୍କା ଖର୍ଚ୍ଚ ହେଉଛି. ଏହାଛଡା ସଫେଇ କାର୍ଯ୍ୟରେ 31 ଜଣ କର୍ମଚାରୀ ନିୟୋଜିତ ହେବା କଥା. ମାତ୍ର 31 ଜାଗାରେ 12 ଜଣ ନିୟୋଜିତ ଅଛନ୍ତି ବୋଲି କହିଛି ବିଜେପି. ଅନ୍ୟପଟେ କର୍ମଚାରୀଙ୍କ ମାସିକ ଦରମା 6405 ଟଙ୍କା ଥିବା ବେଳେ ସେମାନେ ମାତ୍ର 4000 ଟଙ୍କା ପାଉଥିବା ମଧ୍ୟ ଅଭିଯୋଗ କରିଛି. ଏଭଳି ଅନେକ ପ୍ରସଙ୍ଗକୁ ଭିତ୍ତି କରି ବାଲିମେଳା ଏନଏସି ପରିମଳ ବ୍ୟବସ୍ଥା ଉପରେ ବିଜେପି ଅଭିଯୋଗ ଆଣିଛି.

 

LEAVE A REPLY

Please enter your comment!
Please enter your name here