ବିଭିନ୍ନ ଉନ୍ନୟନମୂଳକ ଯୋଜନାରେ କେନ୍ଦ୍ର ସରକାର ଓଡିଶାର ପ୍ରାପ୍ୟ ଦେଉନାହାନ୍ତି । ହଜାର ହଜାର କୋଟି ଟଙ୍କା କେନ୍ଦ୍ର ଉପରେ ବାକି ପଡିଛି । ନୂଆଦିଲ୍ଳୀସ୍ଥିତ ଓଡ଼ିଶା ଭବନରେ ବିଭିନ୍ନ ଯୋଜନାର ସମୀକ୍ଷା କରିବା ପରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି ।  ଏସଂପର୍କରେ ମୁଖ୍ୟ ଆବାସିକ କମିଶନରଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି ।

ନୂଆଦିଲ୍ଳୀସ୍ଥିତ  ଓଡ଼ିଶା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ଯୋଜନାର ସମୀକ୍ଷା  କରାଯାଇଥିଲା ।  ବିଭିନ୍ନ ପ୍ରକଳ୍ପରେ କେନ୍ଦ୍ର ସରକାର ଆବଶ୍ୟକତାଠାରୁ କମ ଅର୍ଥ ଦେଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ୧୦୦୦କୋଟିରୁ ଉଦ୍ଧ୍ୱର୍ ଟଙ୍କା ବାସଗୃହ ବାବଦରେ ବାକିଥିବା ବେଳେ ୩୭୫ କୋଟି ସ୍ୱାସ୍ଥ୍ୟ, ୪୦୦କୋଟିରୁ ଅଧିକ ଏନ ଆରଇଜିଏସ ଓ ୬୫୦ କୋଟି ଟଙ୍କା କୃଷିକାର୍ଯ୍ୟ ପାଇଁ କେନ୍ଦ୍ର ସରକାର ଉପରେ ବାକି ରହିଛି । ୩୦୦୦ କୋଟି ଟଙ୍କା କେବଳ ପାନୀୟ ଜଳ ବ୍ୟବସ୍ଥା ପାଇଁ ଓଡ଼ିଶା ବଜେଟରୁ ଖର୍ଚ୍ଚ କରାଯାଇଥିବା ବେଳେ ସ୍ମାର୍ଟ ସିଟି ଭୁବନେଶ୍ୱରର ବିକାଶ ପାଇଁ ହୋଇଥିବା ପ୍ରକଳ୍ପରେ କେନ୍ଦ୍ର ଉପରେ ୨୦୦କୋଟି ଟଙ୍କା ବାକି ରହିଛି । ଏ ବାବଦରେ କେନ୍ଦ୍ର କେବଳ ଛଅ କୋଟି ଟଙ୍କା ଓଡ଼ିଶା ପାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି

LEAVE A REPLY

Please enter your comment!
Please enter your name here