ଆମେରିକାରେ ଗିରଫ ହୋଇଛନ୍ତି 129 ଜଣ ଭାରତୀୟ ଛାତ୍ର . ଜାଲି ଭିସା ଅଭିଯୋଗରେ ଗିରଫ ହୋଇଥିବା 130 ଜଣ ବିଦେଶୀ ଛାତ୍ରଙ୍କ ମଧ୍ୟରେ 129 ଜଣ ଭାରତୀୟ ଛାତ୍ର ଅଛନ୍ତି. ଏକ ଜାଲ୍ ୟୁନିଭରିସିଟିରେ ଆଡମିସନ କରି ‘ପେ ଆଣ୍ଡ ଷ୍ଟେ’ ଭିସା ସ୍କାମରେ ଫସିଛନ୍ତି ଏହି ଭାରତୀୟ ଛାତ୍ର.  ତେବେ ଏଭଳି ଜାଲିଆତି ଭିସାରେ ଆମେରିକାରେ ଥିବା ଭାରତୀୟ ଛାତ୍ରଙ୍କ ସଂଖ୍ୟା 600 ପାଖାପାଖି ହେବ ବୋଲି କୁହାଯାଉଛି.  ଜାଲି ବିଶ୍ବବିଦ୍ୟାଳୟରେ ଆଡମିସନ କରି ଆମେରିକାରେ ରହିବା ପାଇଁ ବ୍ୟବସ୍ଥା କରୁଥିବା ଏହି ରାକେଟରେ କିଛି ଭାରତୀୟ ଅବା ଆମେରିକା ଭାରତୀୟ ସଂପୃକ୍ତ ଥିବା ଜଣାପଡିଛି. ଭିସା ଜାଲିଆତି ଧରିବା ପାଇଁ ଆମେରିକାର ଇମିଗ୍ରେସନ ଆଣ୍ଡ କଷ୍ଟମ ଏନଫୋର୍ସମେଣ୍ଟ ସୁରକ୍ଷା ବିଭାଗ ପକ୍ଷରୁ ଗ୍ରେଟର ଡେଟ୍ରୟଟରେ ଜାଲି ଫାର୍ମିଙ୍ଗଟନ ୟୁନିଭରସିଟି କରାଯାଇଥିଲା. ତେବେ ଆମେରିକାରେ ଗିରଫ ଭାରତୀୟ ଛାତ୍ରଙ୍କୁ ସହାୟତା ଦେବା ପାଇଁ ଆମେରିକାସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଦୁଇଟି ହଟ୍ ଲାଇନ ନମ୍ବର  202-322-1190 / 202-340-2590 ବ୍ୟବସ୍ଥା କରାଯାଇଛି.

LEAVE A REPLY

Please enter your comment!
Please enter your name here