ବେଙ୍ଗାଲୁରୁର ୟେହଲଙ୍କାରେ ବାୟୁସେନାର ବିମାନ ଦୁର୍ଘଟଣା. ଏରୋ ଇଣ୍ଡିଆର ଦ୍ୱାଦଶତମ ସଂସ୍କରଣ ଆରମ୍ଭ ହେବା ପୂର୍ବରୁ ଏହି ଦୁର୍ଘଟଣା ଘଟିଛି. ମଙ୍ଗଳବାର ମଝି ଆକାଶରେ ସୂର୍ଯ୍ୟକିରଣ ଏରୋବେଟିକ୍ସ ଟିମର ଦୁଇଟି ବିମାନ ବେଙ୍ଗାଲୁରୁ ଏୟାରବେସରେ ଏରୋ ଇଣ୍ଡିଆ ଶୋ ପାଇଁ ଅଭ୍ୟାସ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା. ମାତ୍ର ଦୁର୍ଭାଗ୍ୟବଶତଃ ଆକାଶରୁ ତଳକୁ ଆସିବା ପରିବର୍ତ୍ତେ ଉଭୟ ବିମାନ ପରସ୍ପର ସହ ଧକ୍କା ହୋଇଥିଲା. ଫଳରେ ତିନିଜଣ ପାଇଲଟଙ୍କ ମଧ୍ୟରୁ ଜଣେ ପାଇଲଟଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇ ଜଣ ଆହତ ହୋଇଛନ୍ତି.

 

LEAVE A REPLY

Please enter your comment!
Please enter your name here