ସାବାସୀର ପାତ୍ର ହୋଇଛନ୍ତି ବିଜୁ ଯୁବ ବାହିନୀ. ଏହାଶୁଣି ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ. ହେଲେ ବିଜୁ ଯବୁ ବାହିନୀ ଏଭଳି କିଛି କାର୍ଯ୍ୟ କରିଛନ୍ତି, ଯେଉଁଥିପାଇଁ ସେ ସାବାସିର ପାତ୍ର ହୋଇପାରିଛନ୍ତି. ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହେନ୍ଦ୍ରପୁର ଗାଁରେ ପରମାନନ୍ଦ ଧାରୁଆଙ୍କ ମୃତ୍ୟୁ ହୋଇଥିଲା. ତାଙ୍କର କେହି ସଂପର୍କୀୟ ନଥିବାରୁ ସିନାପାଲିର ବିଜୁ ଯୁବ ବାହିନୀ ଶେଷକ୍ରିୟା ସଂପନ୍ନ ପାଇଁ ଆଗେଇ ଆସିଥିଲେ. ଅନ୍ତିମ ସଂସ୍କାରଠୁ ଆରମ୍ଭ କରି ଶୁଦ୍ଧିକ୍ରିୟା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ସଂପାଦନ କରିଥିଲେ ବିଜୁ ଯୁବ ବାହିନୀ. ବିଜୁ ଯୁବ ବାହିନୀର ଏହି ମହତ କାର୍ଯ୍ୟ ପାଇଁ ସ୍ଥାନୀୟ ଅଞ୍ଚଳବାସୀ ସେମାନଙ୍କୁ ପ୍ରଶଂସା କରିଛନ୍ତି.

LEAVE A REPLY

Please enter your comment!
Please enter your name here