ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବିରୋଧ. ବିଜେପିର ଭବାନୀପାଟଣା ଓ ଖୋର୍ଦ୍ଧା ନାଚୁଣୀ ଠାରେ ଆୟୋଜିତ ସମାବେଶରେ ଯୋଗୀ ଯୋଗ ଦେଇଥିବା ବେଳେ ତାଙ୍କୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛି ସମାଜବାଦୀ ପାର୍ଟି. ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ୱରେ ଶତାଧିକ ସମାଜବାଦୀ ପାର୍ଟି କର୍ମୀ ପିଏମଜି ଛକଠାରେ ଯୋଗୀଙ୍କ ବିରୋଧରେ ନାରାବାଜୀ କରିଥିଲେ. ଯୋଗୀ ଫେରିଯାଅ, ଦଙ୍ଗାକାରୀ ଯୋଗୀ ହାଏ ହାଏ, ଅଖିଳେଶଙ୍କୁ ବେଆଇନ ଅଟକ ଚଳିବ ନାହିଁ ଧ୍ୱନି ଦେଇ ପ୍ରତିବାଦ କରିବା ସହ କୁଶପୁତ୍ତଳିକା ଦାହ କରିଥିଲେ.

ଦେଶର ଗଣତନ୍ତ୍ର ବଞ୍ଚାଇବା ପାଇଁ ଓ ସମ୍ବିଧାନର ସୁରକ୍ଷା ପାଇଁ ସମସ୍ତ ଗଣତନ୍ତ୍ରବାଦୀ ଧର୍ମନିରପେକ୍ଷ ରାଜନୈତିକ ଦଳ  ଓ ଗଣ ସଂଗଠନ ଏକାଠି ହୋଇ ଆଗେଇ ଆସିବାକୁ ସାଜବାଦୀ ପାର୍ଟି ପକ୍ଷରୁ ନିବେଦନ କରାଯାଇଛି.

LEAVE A REPLY

Please enter your comment!
Please enter your name here