ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲା ଗସ୍ତ କରୁଛନ୍ତି. ଗସ୍ତ ସମୟରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ସହ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି. ମୁଖ୍ୟମନ୍ତ୍ରୀ ପ୍ରଥମେ ଢେଙ୍କାନାଳ ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଗସ୍ତ କରିବେ. ସେଠାରେ ଆୟୋଜିତ କାଳିଆ ସମାବେଶରେ ନବୀନ ଯୋଗ ଦେଇ 10 ଲକ୍ଷରୁ ଅଧିକ ଭୂମିହୀନଙ୍କୁ ସହାୟତା ରାଶି ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି. ତେବେ ବରଗଡ, ପୁରୀ ପରେ ଏହା ହେଉଛି କାଳିଆ ଯୋଜନାର ମହାସମାବେଶ. ଏଥିରେ ପ୍ରାୟ ଦେଢ ଲକ୍ଷରୁ ଅଧିକ ମହିଳା, ଚାଷୀ ଓ ଦଳୀୟ କର୍ମୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି. ସମୁଦାୟ ରୂପରେ ଦୁଇଟି ଜିଲ୍ଲା ପାଇଁ ମୋଟ 7 କୋଟିରୁ ଅଧିକ ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ. ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଉଭୟ ଜିଲ୍ଲାର ଲୋକେ ଉତ୍ସାହିତ ଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି ରୂପେ ଗ୍ରହଣ କରାଯାଇଛି.

LEAVE A REPLY

Please enter your comment!
Please enter your name here