ନିର୍ବାଚନ ମଇଦାନକୁ ଓହ୍ଲାଇବେ କର୍ମଚାରୀ ନେତା ପ୍ରଭାତ ମହାନ୍ତି I ଦୀର୍ଘବର୍ଷ ଧରି ବନ ବିଭାଗରେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିବା ପ୍ରଭାତଙ୍କର କର୍ମଚାରୀ ନେତା ଭାବେ ଲୋକପ୍ରିୟତା ରହିଛି I ଓଡିଶା କର୍ମଚାରୀ ମହାମଞ୍ଚର ଆବାହକ ଥିବା ପ୍ରଭାତ ମହାନ୍ତି ଅସ୍ଥାୟୀ କେନ୍ଦୁପତ୍ର କର୍ମଚାରୀ ସଂଘ, ଅସ୍ଥାୟୀ ବନ କର୍ମଚାରୀ ସଂଘ, ବନବିଭାଗ ଡାଟା ଏଣ୍ଟ୍ରି ଅପରେଟର ସଂଘ, ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଶିକ୍ଷକ ଓ କର୍ମଚାରୀ ସଂଘର ସଭାପତି ଭାବେ ଦାୟିତ୍ବ ତୁଲାଇ ଆସୁଛନ୍ତି I ବିଭାଗୀୟ ମୁଖ୍ୟ ଦପ୍ତର ଅମଲା ଓ ସେକ୍ସନ ଅଫିସର ସଂଘର ମୁଖ୍ୟ ଉପଦେଷ୍ଟା ଭାବେ ମଧ୍ୟ ସେ କାର୍ଯ୍ୟ କରୁଛନ୍ତି I ତେବେ ରାଜ୍ୟର ଲକ୍ଷ ଲକ୍ଷ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରିବା ପାଇଁ ଆନ୍ଦୋଳନର ନେତୃତ୍ବ ନେଇ ଆସୁଥିବା ଶ୍ରୀ ମହାନ୍ତି ଦାବି ହାସଲ ଦିଗରେ ସରକାରଙ୍କ ଠାରୁ  କୌଣସି ସକରାତ୍ମକ ମନୋଭାବ ଦେଖୁ ନଥିବାରୁ ଭୋଟ୍ ରାଜନୀତିକୁ ଓହ୍ଲାଇବା ପାଇଁ ବିଚାର କରୁଥିବା ଜଣାପଡିଛି I ତୃତୀୟ ମହଲା ସହ ଉତ୍ତମ ସଂପର୍କ ଥିଲେ ମଧ୍ୟ କର୍ମଚାରୀଙ୍କ ଅସନ୍ତୋଷରୁ ଫାଇଦା ଉଠାଇବା ପାଇଁ ଦୁଇ ପ୍ରମୁଖ ଦଳ ବିଜେପି ଓ କଂଗ୍ରେସ ମଧ୍ୟ ଏବେ ପ୍ରଭାତଙ୍କ ସହ ଯୋଗସୂତ୍ରରେ ଥିବା ଜଣାପଡିଛି I

LEAVE A REPLY

Please enter your comment!
Please enter your name here