ସତରେ ମରିଛି ନା ପାକିସ୍ତାନର ନୂଆ ଡ୍ରାମା : ସୋସିଆଲ ମିଡିଆ, ସବୁ ଗଣମାଧ୍ୟମରେ ମୋଷ୍ଟ ଓାଣ୍ଟେଡ ଆତଙ୍କବାଦୀ ମାସୁଦ ଆଝାରର ମୃତ୍ୟୁ ଖବରକୁ ନେଇ ଚର୍ଚ୍ଚା. ମାତ୍ର ସତରେ ମରିଛି କି ପାକିସ୍ତାନ ସରକାର ଭାରତୀୟ ଗଣମାଧ୍ୟମକୁ ଭୁଆଁ ବୁଲାଉଛନ୍ତି, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ. କେବଳ ପାକିସ୍ତାନ ସରକାର ହିଁ ସ୍ପଷ୍ଟ କରିପାରିବେ, ମାସୁଦ ମରିଛି ନା ବିଶ୍ବକୁ ଚକମା ଦେବା ପାଇଁ କୋଉଠି ଲୁଛିଛି ?

ଜୈସ ଇ ମହମ୍ମଦ ଆତଙ୍କବାଦୀ ସଂଗଠନର ପ୍ରତିଷ୍ଠାତା ମାସୁଦ ଆଝାର ମୃତ୍ୟୁବରଣ କରିଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ଜୋରଦାର ହୋଇଛି. ଅସମର୍ଥିତ ସୂତ୍ରରୁ କୁହାଯାଉଛି ଯେ, ମାସୁଦ ମାର୍ଚ୍ଚ 2 ତାରିଖରୁ ମରି ସାରିଥିଲେ ବି ଏପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ. ମାସୁଦର ମୃତ୍ୟୁ ନେଇ ପାକିସ୍ତାନ ସରକାର କିଛି ସ୍ପଷ୍ଟ କରିନାହାଁନ୍ତି. ବାଲାକୋଟରେ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ ବେଳେ ମାସୁଦ ଗୁରୁତର ଆହତ ହୋଇଥିବା କୁହାଯାଉଛି. ଆଇଏସଆଇର ବରିଷ୍ଠ ଅଧିକାରୀ କର୍ଣ୍ମେଲ ସଲିମ ସହ ମାସୁଦକୁ ପାକିସ୍ତାନ ସେନା ହସପିଟାଲରେ ଭର୍ତ୍ତି କରାଯାଇଥିଲା. ସଲିମ ମରିଯାଇଥିବା ଘୋଷଣା ହୋଇଥିଲେ ହେଁ ମାସୁଦର ମୃତ୍ୟୁ ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ. କୁହାଯାଉଛି ପାକିସ୍ତାନ ସରକାର ମାସୁଦର ମୃତ୍ୟୁ ଖବରକୁ ସହଜରେ ଗ୍ରହଣ କରିପାରୁନାହାନ୍ତି. ଏପରିକି ମାସୁଦର ସ୍ବାଭାବିକ ମୃତ୍ୟୁ ହୋଇଥିବା ଘୋଷଣା କରିବାକୁ ପାକ ସରକାର ଚିନ୍ତା କରୁଛନ୍ତି. ପାକିସ୍ତାନ ସେନା ମାସୁଦ ଆଝାରର ମୃତ୍ୟୁ ଖବର ଘୋଷଣା ପାଇଁ ସବୁଜ ସଙ୍କେତ ଦେଇସାରିଛି. ତେବେ ମାସୁଦର ମୃତ୍ୟୁ ସଂପର୍କରେ କେବଳ ପାକ ସରକାରଙ୍କ ଘୋଷଣାକୁ ଅପେକ୍ଷା ରହିଛି.

LEAVE A REPLY

Please enter your comment!
Please enter your name here