ମାଲକାନଗିରି ଜିଲ୍ଲାର ପଡିଆ ଏସ ଏସ ଡି ହାଇସ୍କୁଲରେ ଓଏମଆର ସିଟ ଗାଏବ ଘଟଣାରେ ପୋଲିସ ତିନି ଜଣ ଶିକ୍ଷକଙ୍କୁ ଗିରଫ କରିଛି. ଓଏମଆର ସିଟ ଗାଏବ ହେବା ପରେ ପୋଲିସ ଏହାର ତଦନ୍ତ କରିଥିଲା. ପରେ ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ଅଧିକ୍ଷକ ଓ ଉପ-ଅଧିକ୍ଷକଙ୍କ ସଂପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଥିଲା. ଏହାଛଡା ଗଠନପାଲି ବିଦ୍ୟାଳୟର ଜଣେ ଶିକ୍ଷକ ମଧ୍ୟ ଏହି ଘଟଣାରେ ସାମିଲ ଥିଲେ ବୋଲି ପୋଲିସ ସୂତ୍ରରୁ ପ୍ରକାଶ ପାଇଥିଲା. ପରେ ଏହି ତିନିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ.