ବିଜେପିର ରାଷ୍ଟ୍ରୀୟ ଉପସଭାପତି ଏବଂ ଜାତୀୟ ମୁଖପାତ୍ର ହେଲେ ବୈଜୟନ୍ତ ପଣ୍ଡା. ଚାରିଦିନ ତଳେ ବିଜେପିରେ ଯୋଗ ଦେଇଥିବା ପୂର୍ବତନ ସାଂସଦଙ୍କୁ ବିଜେପି ଗୁରୁଦାୟିତ୍ବ ଦେଇଛି. ନିର୍ବାଚନ ପାଖେଇ ଆସୁଥିବା ବେଳେ ବୈଜୟନ୍ତଙ୍କୁ ବିଜେପି ଗୁରୁଦାୟିତ୍ବ ଦେଇ ନିର୍ବାଚନ ମୁକାବିଲା ପାଇଁ ରଣକୌଶଳ ପ୍ରସ୍ତୁତ କରିଛି. ଦଳରେ ଯୋଗ ଦେଉ ଦେଉ ବୈଜୟନ୍ତଙ୍କୁ ଗୁରୁଦାୟିତ୍ବ ଦିଆଯିବା ନେଇ ଦଳ ଭିତରେ ଚାପା ଅସନ୍ତୋଷ ସୃଷ୍ଟି କରିଛି. କ୍ୟାଡରଭିତ୍ତିକ ଦଳରେ ନିର୍ଦ୍ଧିଷ୍ଟ ଆଦର୍ଶ ଓ ବିଚାରଧାରା ରହିଛି. ମାତ୍ର ଦଳ ଓ ନେତୃତ୍ବ ପ୍ରତି ଆନୁଗତ୍ୟତା ଉପଲବ୍ଧି ନ କରି ହଠାତ ଜଣେ ନେତାଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେବାକୁ କିଛି ନେତା ନାପସନ୍ଦ କରିଛନ୍ତି. ମାତ୍ର ବୈଜୟନ୍ତଙ୍କୁ ନେଇ ବିଜେପି ନିର୍ବାଚନ ପ୍ଲାନ ତିଆରି କରିସାରିଛି, ଏହା ସ୍ପଷ୍ଟ ହୋଇଛି.












