ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହୋଇଯାଇଛି ପଦ୍ମ ପୁରସ୍କାର ସମାରୋହ. ଏହି ସମାରୋହରେ ଯୋଗ ଦେଇଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ. ରାଷ୍ଟ୍ରପତିଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ମଧ୍ୟ ଉପସ୍ଥିତ ଥିଲେ. ଏହି ପୁରସ୍କାର ପାଇଁ 112 ଜଣଙ୍କୁ ମନୋନୀତ କରାଯାଇଥିଲା. ଆୟୋଜିତ ଏହି ସମାରୋହରେ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଥିଲା. ଲୋକପ୍ରିୟ ଅଭିନେତା କାଦର ଖାନ, ସୁଖଦେବ ସିଂହ ଧିଣ୍ଡସାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ କୁଳଦୀପ ନାୟରଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି. ମହାରାଷ୍ଟ୍ରର ପ୍ରସିଦ୍ଧ ଥିଏଟର ବ୍ୟକ୍ତିତ୍ୱ ବାବାସାହେବ ପୁରନ୍ଦରେ ଓରଫ ବଲବନ୍ତ ମୋରେଶ୍ୱର ପୁରନ୍ଦରେଙ୍କୁ ପଦ୍ମ ବିଭୂଷଣ ସମ୍ମାନ, ବିହାର ନେତା ମୁକୁନ୍ଦ ଦେବ ନାରାୟଣ ଯାଦବଙ୍କୁ ପଦ୍ମ ଭୂଷଣ, ସିସ୍କୋ ସିଷ୍ଟମର ପୂର୍ବତନ ସିଇଓ ଜନ୍ ଚାମ୍ବର୍ସ ଓ ଫିଲ୍ମ ନିର୍ମାତା ପ୍ରଭୁ ଦେବାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି. ଗଣତନ୍ତ୍ର ଦିବସ ଦିନ ଏହାର ଘୋଷଣା କରାଯାଇଥିଲା. ପଦ୍ମ ପୁରସ୍କାର ପାଇଁ ନାମାଙ୍କନ ପ୍ରକ୍ରିୟା 2016 ମସିହାରୁ ଅନଲାଇନ ମାଧ୍ୟମରେ ଆରମ୍ଭ କରାଯାଇଥିଲା.

LEAVE A REPLY

Please enter your comment!
Please enter your name here