ଚଳିତ ନିର୍ବାଚନରେ ପ୍ରାର୍ଥୀମାନେ କେଉଁ ଦିଗ ପ୍ରତି ସଚେତନ ରହିବେ, କଣ କରିବା ଉଚିତ ଏବଂ କେଉଁ ଦିଗଠୁ ଦୂରେଇ ରହିବା ଉଚିତ, ଏମିତି ଅନେକ ବିଷୟରେ ଅବଗତ କରାଇବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ସର୍ବଦଳୀୟ ବୈଠକ । ଯେଉଁମାନେ ପ୍ରାର୍ଥୀ ହେବେ,

ସେମାନଙ୍କର ପ୍ୟାନ କାର୍ଡ ରହିବା ଆବଶ୍ୟକ

୫ ବର୍ଷର ଆୟକର ରିଟଣ୍ଣ ଦାଖଲ କରିଥିବା ଦରକାର

ଅପରାଧିକ ମାମଲା ସଂପର୍କରେ ପ୍ରାର୍ଥୀ ବିଜ୍ଞାପନରେ ପ୍ରକାଶ କରିବେ

ଲୋକସଭା ପାଇଁ ଖର୍ଚ୍ଚ ସୀମା ୭୦ ଲକ୍ଷ

ବିଧାନସଭା ପାଇଁ ଖର୍ଚ୍ଚ ସୀମା ରହିଛି ୨୮ ଲକ୍ଷ

ଚଳିତ ନିର୍ବାଚନରେ ଭିଭିପାଟ ବ୍ୟବହାର କରାଯିବ । ତତସହିତ ବୈଠକରେ ଇଭିଏମ ସୁରକ୍ଷା ସଂପର୍କରେ ମଧ୍ୟ ଆଲୋଚନା କରାଯାଇଛି । ଭୋଟପରେ ଇଭିଏମକୁ ଷ୍ଟ୍ରଙ୍ଗରୁମରେ ରଖାଯିବା ପର୍ଯ୍ୟନ୍ତ ବିଭିନ୍ନ ଦଳର ପ୍ରତିନିଧିମାନେ ଉପସ୍ଥିତ ରହିବେ ।

LEAVE A REPLY

Please enter your comment!
Please enter your name here