ଦୁଇଦିନ ତଳେ ବିଜେଡି ଛାଡିଥିବା ଯୁବନେତା ବାବୁ ସିଂଙ୍କୁ ବିଜେପି ଭବ୍ୟ ସ୍ବାଗତ କରିଛି. ବାବୁଙ୍କୁ ସ୍ବାଗତ କରିବା ପାଇଁ ଦଳର ରାଜ୍ୟ କାର୍ଯ୍ୟାଳୟରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା. ଶତାଧିକ ସମର୍ଥକଙ୍କ ସହ ଆସି ବାବୁ ଦଳର ଛାମୁଆ ନେତାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି. କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା, କେବି ସିଂହଦେଓ, ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓ ଅପରାଜିତା ଷଡଙ୍ଗୀ ପ୍ରମୁଖ ବାବୁ ସିଂଙ୍କୁ ସ୍ବାଗତ କରିବା ସହ ଏହାଦ୍ବାରା ବିଜେପି ସଙ୍ଗଠନ ସୁଦୃଢ ହେଲା ବୋଲି କହିଛନ୍ତି. ଏକାମ୍ର ଭୁବନେଶ୍ବର ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେଡିରୁ ପ୍ରାର୍ଥୀ ହେବା ପାଇଁ ବାବୁ ଆଶାୟୀ ଥିଲେ. ମାତ୍ର ଟିକେଟ ମିଳିବ ନାହିଁ ବୋଲି ଜାଣିବା ପରେ ସେ ଶଙ୍ଖ ଦଳ ଛାଡି ପଦ୍ମ ପୋଖରୀକୁ ଡେଇଁଛନ୍ତି. ବାବୁ ବିଜେପିରେ ସାମିଲ ହେବା ପରେ ଏକାମ୍ର ଭୁବନେଶ୍ବର ବିଧାନସଭା ପାଇଁ ଆଶାୟୀ ଥିବା ବିଜେପିର ଅମୀୟ ଦାସଙ୍କ ଟିକେଟ ପାଇବା ନେଇ ଆଶଙ୍କା ସୃଷ୍ଟି ହୋଇଛି.

LEAVE A REPLY

Please enter your comment!
Please enter your name here