ଗୁରୁବାର ସାଂସଦ ବଳଭଦ୍ର ମାଝୀ ବିଜୁ ଜନତା ଦଳ ଛାଡ଼ିଥିବା ବେଳେ ନବୀନଙ୍କ ଉପରେ ବିଷ ଓଗାଳିଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ। ପୁଅ ନବୀନ ନିବାସରେ ଥିବା ବେଳେ ଦାମବାବୁ ବିଜେଡି ଦଳ ଏବଂ ଏହାର ମୁଖ୍ୟ ନବୀନଙ୍କ ଉପରେ ବର୍ଷିଛନ୍ତି। ନବୀନଙ୍କଠାରୁ ପ୍ରତିଶୋଧ ନେବି ବୋଲି ଏଭଳି ଶାଣିତ ସ୍ଵରରେ କହିଛନ୍ତି ପୂର୍ବତନ ମନ୍ତ୍ରୀ ଦାମ ରାଉତ । ପକେଇଥିବା ଛେପ ଢୋକେନି ବୋଲି ସେ କହିଛନ୍ତି।ଦାମ କଠୋର ଶବ୍ଦରେ ନବୀନଙ୍କୁ ବିଷୋଦଗାର କହି କହିଛନ୍ତି ଯେ, ନବୀନ ସରକାର ଅଣ ଓଡ଼ିଆଙ୍କ କଥାରେ ଉଠବସ ହେଉଛି। ଅଣ ଓଡ଼ିଆ ଅଫିସରଙ୍କ କଥାରେ ମୋତେ ଗୋଇଠା ମାରି ନବୀନ ବିଦା କରିଛନ୍ତି। ତେଣୁ ମୁଁ ଏହାର ଯେମିତି ହେଲେ ପ୍ରତିଶୋଧ ନେବି। ମୋର କେବଳ ଗୋଟିଏ ଲକ୍ଷ୍ୟ ନବୀନ ଯେମିତି ସରକାର ଗଢି ନପାରିବେ। ଶେଷ ନିଃଶ୍ଵାସ ଥିବା ପର୍ଯ୍ୟନ୍ତ ମୁଁ ଲଢେଇ ଜାରି ରଖିବି ବୋଲି ଦାମ କହିଛନ୍ତି। ପୁଅ ପାରାଦୀପର ଆଶାୟୀ ପ୍ରାର୍ଥୀ ପ୍ରଶ୍ନ ଉପରେ ଦାମ କହିଛନ୍ତି ଯେ, ପୁଅ ପାରାଦୀପ ଆଶାୟୀ ପ୍ରାର୍ଥୀ ଥିବା କଥା ମୁଁ ଜାଣିନାହିଁ। ପୁଅ ଇଚ୍ଛା ସେ କଣ କରିବ ନ କରିବ ସେ ନିଜେ ହିଁ ନିଷ୍ପତ୍ତି ନେବ। ସେ ପ୍ରାପ୍ତ ବୟସ୍କ। ମୁଁ ତାକୁ କଣ ବାନ୍ଧି ରଖିବି, ସେ କୁଆଡ଼େ ଯାଇଛି, କଣ କରିବ ଜାଣିନି। ପୁଣି ବିଜେଡିକୁ ଫେରିବା ଚର୍ଚ୍ଚା ପ୍ରସଙ୍ଗରେ ଦାମ କହିଛନ୍ତି ଯେ, ମୁଁ ପକାଇଥିବା ଛେପ ଢୋକେନି। ମୋତେ ଯେମିତି ଅପମାନିତ କରି ଦଳରୁ ତଡ଼ି ଦିଆଯାଇଛି, ତାର ପ୍ରତିଶୋଧ ନେବି । ୨୦୧୯ରେ ନବୀନଙ୍କୁ ଶାସନରୁ ବିଦା କରିବା ପାଇଁ ଲ ଢେଇ କରିବି। ମୋର ଏହି ଲଢେଇ ଦୁର୍ନୀତି, ଭ୍ରଷ୍ଟାଚାର ଓ କୁଶାସନ ବିରୋଧରେ ହେବ।

 

LEAVE A REPLY

Please enter your comment!
Please enter your name here