ନିର୍ବାଚନୀ ବିଗୁଲ ବାଜିବା ପରେ ଓଡ଼ିଶା ଗସ୍ତରେ ରାହୁଲ ଗାନ୍ଧୀ । ବରଗଡ଼ର ସରସରା ପଡିଆରେ ଜନସଭାକୁ ସମ୍ବୋଧିତ କରି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ । ପରେ ରାହୁଲ ନିକଟରେ ତିନୋଟି ରାଜ୍ୟରେ ନିଜ ସରକାରଙ୍କ ଉପଲବ୍ଧି ବଣ୍ଣନା କରିଥିଲେ। ଆମେ ଯାହା କହୁ ତାହା କରୁ, ଯାଆନ୍ତୁ ଛତିଶଗଡ଼, ଆମେ କଣ କରିଛୁ ଦେଖିବ ବୋଲି ରାହୁଲ କହିଛନ୍ତି। ରାହୁଲ କହିଛନ୍ତି ଯେ ବରଗଡ଼ ଓଡ଼ିଶାର ଭାତ ହାଣ୍ଡି କୁହାଯାଉଥିଲା। ମାତ୍ର ରାଜ୍ୟ ସରକାରଙ୍କ ବିଫଳତା କାରଣରୁ ଆଜି ଏଠାରେ ଚାଷୀ ଦୈନିକ ଆତ୍ମହତ୍ୟା କରୁଛନ୍ତି । କୌଣସି ଏମିତି ଦିନ ନାହିଁ ଯେଉଁ ଦିନ ଚାଷୀ ଆତ୍ମହତ୍ୟା କରୁନି। ନବୀନ କହିଥିଲେ ସାରା ରାଜ୍ୟରେ ଶୀତଳ ଭଣ୍ଡାର କରିବେ, ମାତ୍ର ଦୀର୍ଘ ୧୯ ବର୍ଷର ଶାସନରେ ମଧ୍ୟ ନବୀନ ସରକାର ଆବଶ୍ୟକ ଶୀତଳ ଭଣ୍ଡାର ମଧ୍ୟ କରି ପାରିଲା ନାହିଁ। ସେହି ପରି ମୋଦୀ ମଧ୍ୟ ଚାଷୀଙ୍କ ପାଇଁ ବଡ଼ ବଡ଼ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଚାଷୀଙ୍କ ପାଇଁ ନୁହଁ ତାଙ୍କ ବଡ଼ ବଡ଼ ମିତ୍ରଙ୍କ ପାଇଁ ଋଣ ଛାଡ଼ କରିଛନ୍ତି। ଅମ୍ବାନୀ, ନିରବ ମୋଦୀଙ୍କ ପାଇଁ ହଜାର ହଜାର କୋଟି ଟଙ୍କା ଛାଡ଼ିଛନ୍ତି। ଚାଷୀଙ୍କ ପାଇଁ କିନ୍ତୁ ଟଙ୍କାଟିଏ ଋଣ ଛାଡ଼ କଲେ ନାହିଁ। କିନ୍ତୁ ଆମେ ଯାହା ପ୍ରତିଶ୍ରୁତି ଦେଉ ତାହା ପାଳନ କରୁ। ଆମେ ଭୋଟ୍ ପୂର୍ବରୁ ଛତିଶଗଡ଼ରେ ୩ଟି ପ୍ରତିଶ୍ରୁତି ଦେଇଥିଲୁ। ଛତିଶଗଡ଼ରେ ୧୦ ଦିନ ମଧ୍ୟରେ ଋଣ ଛାଡ଼ କରିବୁ କହିଥିଲୁ, ତାହା ୬ ଘଣ୍ଟାରେ ପୂରଣ କଲୁ। ଶିଳ୍ପ ପାଇଁ ନିଆଯାଉଥିବା ଜମି ଶିଳ୍ପ ନହେଲେ ଫେରସ୍ତ କରିବୁ ବୋଲି ପ୍ରତିଶ୍ରୁତି ଦେଇଥିଲୁ। ମାସକରେ ବସ୍ତରରେ ଥିବା ଟାଟା ଜମି ଚାଷୀଙ୍କୁ ଫେରାଇଲୁ। ଏହି ପରି ଧାନର ସର୍ବନିମ୍ନ ମୂଲ୍ୟ ୨୫ ଶହ ଟଙ୍କା କରିବୁ ବୋଲି କହିଥିଲୁ, ୨ ଦିନରେ ଚାଷୀଙ୍କୁ ଧାନ କ୍ଵିଣ୍ଟାଲ ପିଛା ୨୫ ଶହ ଟଙ୍କା ଦେଲୁ। ଯାହା କହୁ ତାହା କରୁ- ଛତିଶଗଡ଼ରେ ଯାହା କରିଛୁ କ୍ଷମତାକୁ ଆସିଲେ ଓଡ଼ିଶାରେ ତାହା କରିବୁ ବୋଲି ରାହୁଲ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଚିଟଫଣ୍ଡ ମାମଲାରେ ୫ ଶହ କୋଟି ଚୋରି ହୋଇଛି। ମାଇନିଂ ସ୍କାମରେ ୫୦ ହଜାର କୋଟି ଟଙ୍କା ଲୁଟ୍ ହୋଇଛି। ସବୁ କାର୍ଯ୍ୟାନୁଷ୍ଠାନ ହେବ। ଚୋରଙ୍କୁ ଶାସ୍ତି ଦିଆଯିବ ଏବଂ ଲୋକଙ୍କୁ ନ୍ୟାୟ ମିଳିବ। ଏକ ମାତ୍ର କଂଗ୍ରେସ ହିଁ ଲୋକଙ୍କୁ ପ୍ରଗତି ପଥରେ ନେଇଯିବ ବୋଲି ରାହୁଲ କହିଛନ୍ତି।

LEAVE A REPLY

Please enter your comment!
Please enter your name here