ଦୁଇଟି ଲୋକସଭା ଆସନରୁ ନିର୍ବାଚନ ଲଢିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ. ଉତ୍ତରପ୍ରଦେଶର ଆମେଠୀ ଓ କେରଳର ୱାୟେନାଡରୁ ସେ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି. ଗତ କିଛି ସପ୍ତାହ ଧରି ଦକ୍ଷିଣ ଭାରତରୁ ରାହୁଲ ନିର୍ବାଚନ ଲଢନ୍ତୁ ବୋଲି ଦାବି ହୋଇଆସୁଥିଲା. କେରଳ, ତାମିଲନାଡୁ ଓ କର୍ଣ୍ଣାଟକରୁ ମଧ୍ୟ ଦାବି ହେଉଥିଲା. ପରେ ଏହା ଉପରେ ଅନେକ ବିଚାର କରାଯିବା ପରେ ଶେଷରେ ରାହୁଲ କେରଳ ଲୋକସଭା ଆସନରୁ ନିର୍ବାଚନ ଲଢିବେ ବୋଲି ନିଷ୍ପତ୍ତି ହୋଇଛି. ଏଥିପାଇଁ କଂଗ୍ରେସର ବରିଷ୍ଠ ନେତା ଏକେ.ଆଣ୍ଟୋନି ବହୁତ ଖୁସି ଥିବା ବ୍ୟକ୍ତ କରିଛନ୍ତି. ଏହାକୁ ନେଇ ଗତ କିଛି ଦିନ ଧରି ଚର୍ଚ୍ଚା ଲାଗି ରହିଥିଲା ଏବଂ କେରଳରୁ ରାହୁଲ ଲୋକସଭା ନିର୍ବାଚନ ଲଢିବେନି ବୋଲି ମଧ୍ୟ ଖବର ଶୁଣିବାକୁ ମିଳୁଥିଲା. ମାତ୍ର ସବୁ ଚର୍ଚ୍ଚାର ଅନ୍ତ ଘଟାଇ ରାହୁଲ କେରଳ ଆସନ ପାଇଁ ନିର୍ବାଚନ ଲଢିବେ ବୋଲି ପ୍ରକାଶ ପାଇଛି.

LEAVE A REPLY

Please enter your comment!
Please enter your name here