ଯୁବତୀଙ୍କ ମୃତ ଦେହ ଉଦ୍ଧାର । ମାଆ ମଝିଘରିଆନି ମନ୍ଦିର ନିକଟ ବ୍ରିଜ ତଳୁ ପାଣିରେ ଭାସୁଥିବା ଅବସ୍ଥାରେ ଏକ ଯୁବତୀର ମୃତ ଦେହକୁ ଉଦ୍ଧାର କରାଯାଇଛି । ଉଦ୍ଧାର ମୃତ ଯୁବତୀ ଜଣକ ହେଉଛନ୍ତି ରାୟଗଡା ବାକିଟି ସାହିର ସ୍ବର୍ଗତ କେ. ରାମାରାଓଙ୍କ ବଡ ଝିଅ କେ. ସୁନିତା ।
ମିଳିଥିବା ସୂଚନା ଅନୁସାରେ ଗତ ୧୧ ତାରିଖ ଦିନରୁ ଭୋଟ ଦେବାକୁ ଯାଇ ଆଉ ଘରକୁ ଫେରିନଥିଲେ ସୁନିତା । ଝିଅର ପରିବାର ଓ ବନ୍ଧୁବାନ୍ଧବ ବହୁ ଖୋଜାଖୋଜି ପରେ ବି ଝିଅର ଖୋଜଖବର ମିଳିନଥିଲା । ପରିବାର ଲୋକେ ରାୟଗଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ମନ୍ଦିର ନିକଟରେ ଚାଲିଥିବା ନୂତନ ବ୍ରିଜ କାମରେ ନିୟୋଜିତ କର୍ମଚାରୀ ପାଣିରେ ଭାସୁଥିବା ମୃତଦେହକୁ ଦେଖି ଖବର ଦେବାପରେ ଯୁବତୀ ଜଣକର ପରିଚୟ ମିଳିଥିଲା । ଘଟଣା ସ୍ଥଳରେ ପୋଲିସ ପହଁଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି । ତଦନ୍ତ ପରେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡିବ ବୋଲି ପୋଲିସ ପ୍ରକାଶ କରିଛି ।

LEAVE A REPLY

Please enter your comment!
Please enter your name here