ଚାହୁଁ ଚାହୁଁ ଶେଷ ହୋଇଛି ୨୦୧୯ ମହାଯୁଦ୍ଧର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ଏବେ ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ନେତାମାନଙ୍କର ଜୋରଦାର ପ୍ରଚାର ଦେଖିବାକୁ ମିଳୁଛି । କିନ୍ତୁ ଏହାଭିତରେ କଂଗ୍ରେସକୁ ଲାଗିଛି ବଡ ଝଟକା । କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଶୁକ୍ରବାର ଦଳରୁ ଇସ୍ତଫା ଦେଇ ଶିବସେନାରେ ସାମିଲ ହୋଇଛନ୍ତି।   ଝାଳନାଳ ବୁହାଇ କାମ କରୁଥିବା ଲୋକଙ୍କ ଅପେକ୍ଷା କଂଗ୍ରେସ ଗୁଣ୍ଡାମାନଙ୍କୁ ଅଧିକ ପ୍ରାଧାନ୍ୟ ଦେଉଛି ବୋଲି ପ୍ରିୟଙ୍କା ଟ୍ୱିଟ କରିଛନ୍ତି । ଦଳ ପାଇଁ ମୁଁ ପଥର ମାଡ ଏବଂ ଗାଳି ସହିଛି । କିନ୍ତୁ ଏହା ସତ୍ୱେ ମଧ୍ୟ ଦଳରେ ରହୁଥିବା ନେତା ମୋତେ ଧମକ ଦେଉଛନ୍ତି । ଯେଉଁମାନେ ଧମକ ଦେଉଛନ୍ତି ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ବୋଲି ପ୍ରିୟଙ୍କା ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here