ମହଙ୍ଗା ପଡିଲା ନିର୍ବାଚନ କାର୍ଯ୍ୟରେ ଅବହେଳା । ଛଅ ଜଣ ପୋଲିଂ କର୍ମଚାରୀଙ୍କୁ ସସପେଣ୍ଡ କଲେ ବରଗଡ ଜିଲ୍ଲାପାଳ । ନିର୍ବାଚନ କାର୍ଯ୍ୟରେ ଅବହେଳା ଯୋଗୁ ଏମାନଙ୍କୁ ସସପେଣ୍ଡ କରାଯାଇଛି । ନିଲମ୍ବିତ ହୋଇଥିବା ଅଧିକାରୀଙ୍କ ଭିତରେ ୩ଜଣ ପ୍ରିଜାଇଡିଂ ଅଫିସର ଓ ୩ଜଣ ସେକ୍ଟର ଅଫିସର ଅଛନ୍ତି । ୬୮ ନମ୍ବର ବୁଥର ପ୍ରିଜାଇଡିଂ ଅଫିସର ଉମାଶଙ୍କର ପାଣୀଗ୍ରାହୀ, ୬୮ ନମ୍ବର ବୁଥର ସେକ୍ଟର ଅଫିସର ମନୋରଞ୍ଜନ ପାଣିଗ୍ରାହୀଙ୍କୁ  ନିଲମ୍ବନ କରାଯାଇଛି । ସେହିପରି ୨୩୫ ନମ୍ବର ବୁଥର ପ୍ରିଜାଇଡିଂ ଅଫିସର ପ୍ରିୟବ୍ରତ ସାହୁ ଓ ସେକ୍ଟର ଅଫିସର ପ୍ରଶାନ୍ତ ସେଠୀଙ୍କୁ ନିଲମ୍ବିତ କରାଯାଇଛି । ସେହିପରି ୧୧୬ ନମ୍ବର ବୁଥର ପ୍ରିଜାଇଡିଂ ଅଫିସର ରାତମ୍ ସେଠୀ, ଓ ସେକ୍ଟର ଅଫିସର ପ୍ରଦୀପ ପ୍ରଧାନଙ୍କୁ ନିଲମ୍ବନ କରାଯାଇଛି ।

LEAVE A REPLY

Please enter your comment!
Please enter your name here