ଦୁବାଇରେ ଦୁବାଇ ଓଡିଶା ସମାଜ ମହାଆଡମ୍ବରରେ ପାଳନ କରିଛି ଉତ୍କଳ ଦିବସ । ୨୦୧୦ରୁ ଦୁବାଇରେ ପାଳିତହୋଇ ଆସୁଥିବା ଉତ୍କଳ ଦିବସ ଦଶମ  ବାର୍ଷିକ ସମାରୋହ ପାଳନ କରିଛି ।  ଦୁବାଇସ୍ଥିତ ହରିଜନ ଇଣ୍ଟରନ୍ୟାସନାଲ ସ୍କୁଲରେ ଆୟୋଜିତ ଏହି ସମାରୋହରେ ଭାରତର କନସଲ ଜେନେରାଲ ଶ୍ରୀ ବିପୁଭ, ବିଆରଏସ ଭେଞ୍ଚର୍ସର ମୁଖ୍ୟ ବିଆର ସେଟ୍ଟୀ, କେନିଆ ସାଂସଦ ସ୍ୱରୁପ ମିଶ୍ର, ଆଇଏସଏଲର ମୁଖ୍ୟକାର୍ଯ୍ୟ ନିର୍ବାହୀ ସୌମ୍ୟରଂଜନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯିବା ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଓଡିଶାର ପ୍ରସିଦ୍ଧ କଣ୍ଠଶିଳ୍ପୀ ସ୍ୱୟମ ପାଢୀ ଓ ଅନ୍ତରା ଚକ୍ରବର୍ତ୍ତୀ ଓଡିଆ ଓ ହିନ୍ଦି ଗୀତ ଗାଇ ଦର୍ଶକଙ୍କ ମନମୁଗ୍ଧ କରିଦେଇଥିଲେ । ପ୍ରଖ୍ୟାତ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ । ପ୍ରସିଦ୍ଧ କଥକ ଶିଳ୍ପୀ ନିଶି ସିଂ ତାଙ୍କ ସହଯୋଗୀମାନଙ୍କ ସହ କଥକ ନୃତ୍ୟ ପରିବେଷଣ କରିଥିଲେ ।

LEAVE A REPLY

Please enter your comment!
Please enter your name here