୨୯ ତାରିଖରେ ଚତୁର୍ଥ ପର୍ୟ୍ୟାୟ ଭୋଟ ସହ ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ଶେଷ ହୋଇଛି. ମତଦାନ ବେଳେ କିଛି ଅସାଧୁ ନିର୍ବାଚନ ଅଧିକାରୀଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି. ମାତ୍ର ଭୋଟ ସରିବା ପରେ ବି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏମିତି କିଛି ଭିଡିଓ କେତେକ ବୁଥରେ ଅସାଧୁ କର୍ମଚାରୀଙ୍କ ମୁଖା ଖୋଲି ଦେଇଛି. ଭଲକି ନଜର ପକାନ୍ତୁ ଏଇ ଭିଡିଓ ଉପରେ. ଏ ଦୃଶ୍ୟ ହେଉଛି କେନ୍ଦୁଝର ଘସିପୁରା ନିର୍ବାଚନମଣ୍ଡଳୀର ୨୭୫ ନମ୍ବର ବଡପଦନା ବୁଥର . ଇଭିଏମ ରଖାଯାଇଥିବା କଂପାର୍ଟମେଣ୍ଟରେ ଜଣେ ଭୋଟରଙ୍କ ସହ ଏ ଧଳା ଛିଟ ସାର୍ଟ ପିନ୍ଧିଥିବା ବାବୁଙ୍କୁ ଦେଖନ୍ତୁ. ଏ ବାବୁ ଜଣଙ୍କ ପରେ ଜଣେ ଭୋଟରଙ୍କ ସାଙ୍ଗେ ଇଭିଏମ କଂପାର୍ଟମେଣ୍ଟକୁ ଯାଉଛନ୍ତି . ଇଆଡେ ସିଆଡେ ଅନେଇ ଭୋଟରଙ୍କୁ ପ୍ରଭାବିତ କରୁଛନ୍ତି. ଖାଲି ବାବୁ ନୁହଁନ୍ତି, ତାଙ୍କ ପାଖରେ ଆଉ ଜଣେ ମହିଳା ବି ମହିଳା ଭୋଟରଙ୍କୁ ଇଭିଏମ କଂପାର୍ଟମେଣ୍ଟକୁ ନେଇ ଯାଉଛନ୍ତି. ଏ ଦୁଇଜଣ କୁଆଡେ ସଂପର୍କରେ ଦିଅର ଭାଉଜ ବୋଲି କୁହାଯାଉଛି. ମାତ୍ର ଦିଅର ଭାଉଜଙ୍କ ଏ କାରନାମାକୁ ବୁଥରେ ଉପସ୍ଥିତ ନିର୍ବାଚନ ଅଧିକାରୀମାନେ ନିରବରେ ସମର୍ଥନ କରୁଥିଲେ ବୋଲି କୁହାଯାଉଛି.

LEAVE A REPLY

Please enter your comment!
Please enter your name here