ରାୟଗଡାଜିଲ୍ଲା ପିତାମହଲ ପଞ୍ଚାୟତରେ ଉକôଟ ଜଳାଭାବ ଦେଖାଦେଇଛି । ଦୀର୍ଘବର୍ଷ ଧରି ଲାଗିରହିଥିବା ଉକôଟ ଜଳାଭାବକୁ ନେଇ ବିଭିନ୍ନ ସରକାରୀ ଅଧିକାରୀଙ୍କୁ ଜଳସମସ୍ୟାନେଇ ଅଭିଯୋଗ କରି ବିଫଳ ହେବାପରେ ଗ୍ରାମର ଶତାଧିକ ମହିଳା ହାତରେ ଗରା, ବାଲ୍ଟି ଧରି ପ୍ରଥମେ ପିତାମହଲ ପଞ୍ଚାୟତ ଅଫସି ଓ ପରେ ଜିଲ୍ଲା ଜଳଯୋଗାଣ ବିଭାଗୀୟ କାର୍ଯ୍ୟାଳୟକୁ ଘେରାଓ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।ମହିଳାମାନଙ୍କ ଅଭିଯୋଗ ଯେ, ଟୋପାଏ ପାଣି ପାଇଁସେମାନଙ୍କୁବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଦୀର୍ଘ ୮ କିଲୋମିଟର ଦୂରରୁ ମହିଳାମାନେ ଆସି ସେମାନଙ୍କ ଜଳ ସଙ୍କଟ ସମସ୍ୟା ନେଇ ଏହି ଘେରାଉ କରିଛନ୍ତି ।ସେମାନଙ୍କର ସମସ୍ୟାର ସମାଧାନ ନହେଲେ ସେମାନେ ଧାରଣା ଦେବେ ବୋଲି ଅଡି ବସିଥିଲେ । ଗ୍ରାମ୍ୟ ଜଳଯୋଗାଣ ବିଭାଗୀୟ ଯନ୍ତ୍ରୀ ସମସ୍ୟାର ସମାଧାନ କରିବେ ବୋଲି ଉତ୍ୟକ୍ତ ମହିଳା ମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।