କଳାହାଣ୍ଡି ଜିଲ୍ଲା ଜାରିଙ୍ଗରେ ର୍ମମନ୍ତୁଦ ସଡକ ଦୁର୍ଘଟଣା । ଜାତୀୟ ରାଜପଥ ୨୬ର ଜାରିଙ୍ଗ ନିକଟରେ ଟ୍ରକକୁ ପିଟିଲା କାର । ଦୁର୍ଘଟଣାରେ ଗୋଟିଏ ପରିବାରର ୬ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ଭିତରେ ଦୁଇ ଜଣ ଶିଶୁ ଅଛନ୍ତି । ବିଶାଖାପାଟଣାରୁ ଖୁରସେଲଗୁଡା ଗାଁକୁ ଯାଉଥିବାବେଳେ ବୁଧବାର ଭୋର ୪ଟାରେ ଦୁର୍ଘଟଣା ଘଟିଛି । ଭବାନୀପାଟଣା ଅଞ୍ଚଳର ଜଣାଶୁଣା ପ୍ରବଚକ ଆଶୁତୋଷ ବେହେରା ଭାଇ ଜଗନ୍ନାଥ ବେହେରା ପୁଅ ବିକି ବେହେରା ଘରୋଇ ସହାୟିକା ଓ ଦୁଇ ନାତୁଣୀ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଏହାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସୁଚନାଅନୁସାରେ, ପରିବାରର କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆଶୁତୋଷ ଏବଂ ତାଙ୍କ ପରିବାର ଲୋକେ ସୋମବାର ବିଶାଖାପାଟଣା ଯାଇଥିଲେ । ଚିକିସôା ପରେ ସେଠାରୁ ଟ୍ରେନରେ ଆସି ରାତିରେ କେସିଙ୍ଗାରେ ପହଁଞ୍ଚିଥିଲେ । କେସିଙ୍ଗା ଷ୍ଟେସନରୁ ନିଜ କାରରେ ଘରକୁ ଫେରୁଥିଲେ । ଆଶୁତୋଷ ନିଜେ ଗାଡି ଚଳାଉଥିବାବେଳେ ଜାରିଙ୍ଗ ପାଖ ଜଙ୍ଗଲ ରାସ୍ତାରେ ବୀପରିତ ଦିଗରୁ ଭୁଲ ରାସ୍ତାରେ ଆସୁଥିବା ଟ୍ରକ ସାମ୍ନା ପଟୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଆଶୁତୋଷ ଏବଂ ଭାଇ ଜଗନ୍ନାଥଙ୍କର ମୃତ୍ୟୁ ହୋଇଥିଲା । ଗୁରୁତର ଅବସ୍ଥାରେ ପୁଅ ବିକି ବୋହୂ ଏବଂ ସମ୍ପକୀୟ ଏବଂ ଦୁଇ ନାତୁଣୀଙ୍କୁ ହସ୍ପିଟାଲ ନିଆଯାଇଥିଲା । ସେଠାରେ ସମସ୍ତଙ୍କର ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here