ମହଙ୍ଗା ପଡିଲା ପାଟଣାଗଡ ବିଜେଡି ବିଧାୟକ ସରୋଜ ମେହେରଙ୍କ ଦବଙ୍ଗଗିରି । ବିଧାୟକଙ୍କ ଦବଙ୍ଗଗିରିର ଶିକାର ହୋଇଥିବା କନିଷ୍ଠ ଯନ୍ତ୍ରୀ ଜୟକାନ୍ତଙ୍କ ପତ୍ନୀ ଥାନାରେ ଏତଲା ଦେଇଛନ୍ତି । ପାଟଣାଗଡ ଥାନାରେ ହୋଇଥିବା ଏତଲାରେ ଯନ୍ତ୍ରୀଙ୍କ ପତ୍ନୀ ତାଙ୍କ ସ୍ୱାମୀଙ୍କୁ ଅପହରଣ କରିଥିବା କହିଛନ୍ତି । ଜାତିଆଣ ଆକ୍ଷେପ କରିବା ସହ ତାଙ୍କ ସ୍ୱାମୀଙ୍କୁ ବିଧାୟକ  ନିର୍ଯାତନା ଦେଇଥିବା ସେ ଏତଲାରେ ଉଲ୍ଲେଖ କରିଛନ୍ତି । ବିଭିନ୍ନ ଟିଭିରେ ପ୍ରସାରିତ ସମ୍ବାଦରୁ ତାଙ୍କ ସ୍ୱାମୀଙ୍କୁ ବିଧାୟକ ନିର୍ଯାତନା ସେ ଜାଣିବାକୁ ପାଇଥିଲେ । ଏହି ସମ୍ପର୍କରେ ପାଟଣାଗଡ ଥାନାରେ ସେ ଲିଖିତ ଅଭିଯୋଗ କରିବା ସହ ବିଧାୟକଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି । ସୁଚନାଅନୁସାରେ, ରାସ୍ତା କାମରେ ଅନିୟମିତତା ଅଭିଯୋଗରେ ପୂର୍ତ୍ତ ବିଭାଗର ଯନ୍ତ୍ରୀଙ୍କୁ ବସ୍ ଉଠ୍ କରିବାକୁ ସର୍ବସାଧାରଣରେ ନିଦେ୍ର୍ଦଶ ଦେଇଥିଲେ ସରୋଜ । ଭିଡିଓଟି ସୋସିଆ ମିଡିଆରେ ଭାଇରାଲ ହୋଇଥିଲା ।

LEAVE A REPLY

Please enter your comment!
Please enter your name here