ଅଲମ୍ପିଆନ କେ.ରବି କୁମାର ନିଲମ୍ବିତ । ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଓଡିଶାର ଭାରତ୍ତୋଳନକାରୀରେ ସ୍ୱର୍ଣ୍ଣ ବିଜେତା କେ.ରବି କୁମାର ଡୋଭ ଟେଷ୍ଟରେ ଫେଲ ହୋଇଛନ୍ତି । ନାସନାଲ ଆଣ୍ଟି ଡୋପିଂ ଏଜେନ୍ସି ତଥା ନାଡା ଦ୍ୱାରା ହୋଇଥିବା ପରୀକ୍ଷାରେ ତାଙ୍କର ଏ ସାମ୍ପଲ ପଜିଟିଭ ଆସିଥିଲା । ଖେଳ ପୂର୍ବରୁ ସେ କଟକଣା ଲଗାଯାଇଥିବା ଏକ ଔଷଧ ଖାଇଥିଲେ । ଯାହା ବିଷୟରେ ଜାଣି ନ ଥିଲେ ବୋଲି କହିଛନ୍ତି । ତେବେ ସେ ନାଡାର ଦ୍ୱାରସ୍ଥ ହେବା ନେଇ କହିଛନ୍ତି । ଗତ ଫେବୃୟାରୀ ମାସରେ ବିଶାଖାପାଟଣାରେ ୭୧ ତମ ଜାତୀୟ ସିନିୟର୍‌ ଭାରୋତ୍ତଳନ ବେଳେ ଡୋପ୍‌ ଟେଷ୍ଟ କରାଯାଇଥିଲା । ଏଥିରେ ରବି କୁମାରଙ୍କ ନମୂନା ପିଜିଟିଭ୍‌ ଆସିଛି । ଏହା ସହିତ ୧୯ ଜଣଙ୍କର ନାମ ରହିଛି । ଯେଉଁଥିରେ ରବି କୁମାରଙ୍କ ନାମ ମଧ୍ୟ ରହିଛି । ଦୀର୍ଘ ୧୭ ବର୍ଷର ଖେଳ ଜୀବନରେ ଏଭଳି ଏକ ଘଟଣା ତାଙ୍କୁ କଷ୍ଟ ଦେଇଛି । ଖେଳ ଛାଡ଼ିବାକୁ ଯାଉଥିବାବେଳେ ଏମିତି ଘଟିଥିବା କହିଛନ୍ତି । ୨୦୧୯ରେ କଟକଣା ଲଗାଯାଇଥିବା ଏକ ପ୍ରଡକ୍ଟ ଖାଇଥିଲେ । ଯାହା ବିଷୟରେ ସେମାନଙ୍କୁ ଜଣା ନ ଥିଲା । ତେବେ ଖବୁ କମ୍‌ ସମୟ ମଧ୍ୟରେ ସେମାନଙ୍କୁ ନୋଟିସ୍‌ କରାଯାଇଥିଲା । ଯାହା ଫଳରେ ସେମାନେ ଆଉ କିଛି ପଦକ୍ଷେପ ନେଇ ପାରି ନ ଥିଲେ । ଫଳରେ ରିପୋର୍ଟ ପଜିଟିଭ୍‌ ଆସିଛି । ସେ ଏହାକୁ ସ୍ୱୀକାର କରିବା ସହିତ ନାଡାରେ ଅପିଲ୍‌ କରିବେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here