ପୁରୀ ଶ୍ରୀମନ୍ଦିର ବେଢାରେ ଥିବା ମହାଲକ୍ଷ୍ମୀ ମନ୍ଦିର ଜଗମୋହନ ଭିତର ଦୃଶ୍ୟ ଭାଇରାଲ । ଏହି ଘଟଣାରେ ଜଣେ ସେବାୟତଙ୍କୁ ସସପେଣ୍ଡ କରାଯାଇଛି । ଶ୍ରୀମନ୍ଦିର ପରିସର ମା ଲକ୍ଷ୍ମୀଙ୍କ ଜଗମୋହନରେ ମହାପ୍ରଭୁଙ୍କ ପାଇଁ ବାସୁଙ୍ଗା ପାଟ ତିଆରି ହେଉଥିଲା । ଏହି ସମୟରେ ଜଣେ ପାଟରା ସେବାୟତ ସେଲ୍ଫି ନେଇ ସୋସିଆଲ ମିଡିଆରେ ଛାଡିଥିଲେ । ସୋସିଆଲ ମିଡିଆରେ ଫଟୋ ଭାଇରାଲ ହେବାପରେ ସମ୍ପୃକ୍ତ ସେବାୟତ ଅଶୋକ ପାଟରାଙ୍କୁ ସସପେଣ୍ଡ କରାଯାଇଛି ।

LEAVE A REPLY

Please enter your comment!
Please enter your name here