ସରକାରୀ ଡାକ୍ତରଖାନାରେ ରୋଗୀଙ୍କ ଠାରୁ ଟଙ୍କା ଆଦାୟ କରି ଡାକ୍ତର ହଟହଟା । ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଡୁମେରଖୋଲ ଗାଁର ମହେନ୍ଦ୍ର ରାଉତଙ୍କ ହାତ ଭାଙ୍ଗି ଯାଇଥିବାରୁ ସେ ଚିକିତ୍ସା ପାଇଁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ । ଅସ୍ଥିସଲ୍ୟ ବିଭାଗ ଡାକ୍ତର ସୁନୀଲ ପାଢୀ ଏବଂ କମ୍ପାଉଣ୍ଡର ମହେନ୍ଦ୍ରଙ୍କ ହାତରେ ପ୍ଲାଷ୍ଟର ଏବଂ ସ୍କ୍ରାପ ବାନ୍ଧିଥିଲେ । କିନ୍ତୁ ଚିକିତ୍ସା ବାବଦକୁ ମହେନ୍ଦ୍ରଙ୍କ ଠାରୁ ୮୦୦ ଟଙ୍କା ଆଦାୟ କରିଥିଲେ । ଏନେଇ ସେଠାରେ ଉପସ୍ଥିତ ଥିବା ଜଣେ ଯୁବକ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣାଇବା ପରେ ଡାକ୍ତର ଏବଂ କମ୍ପାଉଣ୍ଡର ହଟହଟା ହୋଇଥିଲେ । ତେବେ ମହେନ୍ଦ୍ରଙ୍କୁ ୮୦୦ ଟଙ୍କା ଫେରାଇବା ସହିତ ପ୍ଲାଷ୍ଟର ଏବଂ ସ୍କ୍ରାଫ କାଢିନେଇଥିଲେ । ଅଭିଯୋଗକୁ କମ୍ପାଉଣ୍ଡର ସ୍ୱିକାର କରିଛନ୍ତି । କିନ୍ତୁ କ୍ୟାମେରା ସାମ୍ନାରେ ମୁହଁ ଖୋଲିବାକୁ ନାରାଜ ହୋଇଥିଲେ । ଭବାନୀପାଟଣା ମୁଖ୍ୟ ଚିକିତ୍ସାଧିକାରୀ ଘଟଣାର ତଦନ୍ତ କରାଯିବ ବୋଲି ସୁଚନା ଦେଇଛନ୍ତି । ହେଲେ କ୍ୟାମେରା ସାମ୍ନାରେ ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ ସେ ।

LEAVE A REPLY

Please enter your comment!
Please enter your name here