ରହିବା ତ ଦୂରର କଥା । ଶାନ୍ତିରେ ମୁଠାଏ ଖାଇବା ପାଇଁ ନାହିଁ ଘରଟିଏ । ମୁଣ୍ଡ ଟିକେ ଗୁଞ୍ଜିବା ପାଇଁ କେହି କେହି ଗାଇ ଗୁହାଳରେ ମଧ୍ୟ ରହୁଛନ୍ତି । ଫନିର ସାତ ଆଠ ଦିନ ଯାଏ ଲାଇନ ନଆସିବାରୁ ଛାନିଆ ହେଇପଡୁଥିଲେ ବଡବଡିଆ । ବିଦୁ୍ୟତ୍ କର୍ମଚାରୀଙ୍କ ପାଖକୁ ଦିନକୁ ୧୦ ଥର ଦୌଡୁଥିଲେ । କେବେ ଆସିବ ଲାଇନ୍ । କେବେ ସଜଡା ହେବ ଭଙ୍ଗାଘର । କିନ୍ତୁ ଏମାନଙ୍କ ଅବସ୍ଥା ଟିକେ ଦେଖନ୍ତୁ । ନା ଅଛି ଇଲେକ୍ଟ୍ରି ନା ରହିବାକୁ ଖଣ୍ଡେ ଜାଗା । ଫନିକୁ ଦୁଇମାସ ପୁରିଯାଇଥିଲେ ମଧ୍ୟ ଗୋପ ବ୍ଲକର ୩୧ ଟି ପଞ୍ଚାୟତର ହଜାର ହଜାର ଲୋକ ଏବେବି ଅସୁବିଧାର ସାମ୍ନା କରୁଛନ୍ତି । ସହାୟତା ପ୍ରଦାନ ପାଇଁ ସରକାରୀ ସ୍ତରରେ ଘୋଷଣା ହୋଇଥିଲେ ବି କିଛି ଯୋଗ୍ୟ ହିତାଧିକାରୀ ବାଦ୍ ପଡିଯାଇଛନ୍ତି । ହିତାଧିକାରୀ ତାଲିକା ପ୍ରସ୍ତୁତିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଘରଭଙ୍ଗା ତାଲିକାରେ ଅନେକ ବଡବଡିଆଙ୍କ ନାଁ ଥିବା ଜଣାପଡିବା ପରେ ଆମେ ପହଞ୍ଚିଥିଲୁ ପୁରୀ ଉପଜିଲ୍ଲାପାଳ ଗୋପ ତହସିଲରେ । ଶୁଣନ୍ତୁ କଣ କହୁଛନ୍ତି ଗୋପ ତହସିଲଦାର ।

LEAVE A REPLY

Please enter your comment!
Please enter your name here