ଶୁକ୍ରବାରଠୁ ଆରମ୍ଭହୋଇଛି ଷୋଡଶ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ । ଏହି ଦ୍ୱିତୀୟ ପର୍ଯ୍ୟାୟରେ ୧୦ ଟି ଷ୍ଟାଣ୍ଡି କମିଟିଏବଂ ୩୮ ଟି ବିଭାଗର ଖର୍ଚ୍ଚ ଦାବି ଉପରେ ତର୍ଜମା କରି ପ୍ରସ୍ତୁତ ହୋଇଥିବା ରିପୋର୍ଟ ଗୃହରେ ଉପସ୍ଥାପନ କରାଯିବ । ଆଇନ ମନ୍ତ୍ରୀ ଗୃହରେ ରାଜ୍ୟ ମାନବାଧିକାର କମିଶନଙ୍କ ବାର୍ଷିକ ରିପୋର୍ଟ ମଧ୍ୟ ଉପସ୍ଥାପନ କରିବେ । ଜୁଲାଇ ୧୩ ଏବଂ ୧୪ ବିଧାନସଭା କାର୍ଯ୍ୟ ବନ୍ଦ ରହିବ । ୧୫ ତାରିଖରୁ ବିଭାଗ ମାନଙ୍କର ଖର୍ଚ୍ଚ ଦାବି ଉପରେ ଗୃହରେ ଆଲୋଚନା ହେବ । ଜୁଲାଇ ୩୧ ତାରିଖରେ ୨୦୧୯-୨୦ ବର୍ଷର ବ୍ୟୟ ମଞୁରୀ ବିଲ୍ ବିଧାନସଭାରେ ଆଗତ ହେବ । ଅଗଷ୍ଟ ୩,୬ ଓ ୮ରେ ବିଧାନସଭାର ବେସରକାରୀ କାର୍ଯ୍ୟ ଦିବସ ରହିଛି । ଅଗଷ୍ଟ ୮ରେ ଚଳିତ ବିଧାନସଭାର ଶେଷ ଦିବସ ରହିଛି । ଏଠାରେ ସୂଚନାଯୋଗ୍ୟ ବିଧାନସଭାର ମୌସୁମୀ ଅଧିବେଶନ ଜୁନ୍ ୨୫ରୁ ଆରମ୍ଭ ହୋଇଥିଲା । ଏଥର ବିଧାନସଭାକୁ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ କରିବାକୁ ନିଷ୍ପତି ହୋଇଥିଲା । ପ୍ରଥମ ପର୍ଯ୍ୟାୟ ଜୁନ ୨୫ରୁ ଜୁଲାଇ ୨ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଜୁଲାଇ ୧୨ରୁ ଅଗଷ୍ଟ ୮ ଯାଏଁ ରହିଛି । ଷୋଡଶ ବିଧାନସଭାରେ ମୋଟ ୩୦ ଟି କାର୍ଯ୍ୟ ଦିବସ ରହିଛି ।

LEAVE A REPLY

Please enter your comment!
Please enter your name here