ଭାରତୀୟ କ୍ରିକେଟ୍ ଟିମ୍ ର ପୂର୍ବତନ ଓପନର ବିରେନ୍ଦ୍ର ସେୱାଗଙ୍କ ପତ୍ନୀ ଆରତୀ ସେୱାଗ ଠକାମୀର ଶିକାର ହୋଇଛନ୍ତି । ଆରତୀ ତାଙ୍କ ବ୍ୟବସାୟ ସହଯୋଗୀ ରୋହିତ କକ୍କରଙ୍କ ନାମରେ ଥାନରେ ମାମଲା ଦାୟର କରିଛନ୍ତି । ରୋହିତ ଏବଂ ତାଙ୍କ ୮ଜଣ ସହଯୋଗୀ ଆରତୀଙ୍କ ଦସ୍ତଖତର ନକଲ କରି ତାଙ୍କ ନାଁରେ ୪.୫ କୋଟି ଟଙ୍କାର ଲୋନ୍ କରିଛନ୍ତି । ଆରତୀ କହିଛନ୍ତି ଯେ ତାଙ୍କ ଅଜଣାତରେ ଜାଲ ଦସ୍ତଖତରେ ଲୋନ୍ କରିଛନ୍ତି ତାଙ୍କ ସହଯୋଗୀ ଏବଂ ଅଭିଯୁକ୍ତ ମାନେ ଋଣ ଦାତାମାନଙ୍କୁ ତାଙ୍କ ସ୍ୱାମୀ ବିରେନ୍ଦ୍ର ସେୱାଗଙ୍କ ନାମରେ ପ୍ରଭାବିତ କରିଥିଲେ । ଏସବୁ ଘଟଣା ଆରତୀଙ୍କ ଅଜଣାତରେ କରାଯାଇଥିଲା । ଆରତୀ ଏସବୁର ସୁରାକ ପାଇନଥିଲେ । ଆରତୀଙ୍କ ସହଯୋଗୀ ମାନେ ଏହି ୪.୫ କୋଟିର ଋଣ ପ୍ରତିଶୋଧ କରିବାରେ ବିଫଳ ହେବାରୁ ଋଣ ଦାତାମାନେ କୋର୍ଟର ଆଶ୍ରୟ ନେଇଥିଲେ । କୋର୍ଟର ନୋଟିସ ଆରତୀଙ୍କ ପାଖରେ ପହଞ୍ଚିବା ପରେ ଆରତୀ ଆଚମ୍ବିତ ହୋଇ ଯାଇଥିଲେ ଏବଂ ତାଙ୍କ ଦୃଷ୍ଟି ଆଢୁଆଳରେ ତାଙ୍କ ସହଯୋଗୀ କରିଥିବା କାରନାମାର ପର୍ଦାଫାଶ ହୋଇଥିଲା । ଏହା ପରେ ଆରତୀ ଥାନାରେ ଏତାଲା ଦେଇଥିଲେ । ବର୍ତ୍ତମାନ ପୋଲିସ୍ ଭାରତୀୟ ପିଙ୍ଗଳ କୋର୍ଟର ଧାରା ୪୨୦,୪୬୮,୪୭୧ଏବଂ ୩୪ ରେ ମାମଲା ରୁଜୁ କରିଛି ଏବଂ ଅଭିଯୁକ୍ତ ମାନଙ୍କୁ ଯଥାଶିଘ୍ର ଗିରଫ କରାଯିବାର ପ୍ରତୀଶ୍ରୁତି ଦେଇଛି ।

LEAVE A REPLY

Please enter your comment!
Please enter your name here