ଗତ ରବିବାର ପିପିଲି ପଟ୍ଟନାଇକିଆ ଛକ ଟ୍ରିପଲ ମର୍ଡର ଘଟଣା ସାରା ରାଜ୍ୟରେ ଭୟ ଓ ଆତଙ୍କର ବାତାବରଣ ଖେଳାଇ ଦେଇଥିଲା । ଦିନ ଦ୍ୱିପହରେ ଜାତୀୟ ରାଜପଥ ପୋଲିସ ଚେକ ପୋଷ୍ଟ ନିକଟରେ ୩ ଜଣଙ୍କୁ ବର୍ବୋରଚିତ ଭାବେ ହତ୍ୟା କରାଯାଇଥିଲା । ଏହାପରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଥିବା ନେଇ ସାରାରାଜ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଗତକାଲି ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିନେଇ ଗୃହ ଗରମ ହୋଇଥିଲା । ବିରୋଧି ଦଳମାନେ ରାଜ୍ୟର ଆଇନ ଶୃଙ୍ଖଳା ଉପରେ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ଉତ୍ତର ଚାହିଁଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ବଦଳରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଉତ୍ତର  ଦେଇଥିଲେ । କିନ୍ତୁ ବିରୋଧି ଏହାକୁ ବିରୋଧ କରିଥିଲେ । ବିରୋଧି ମୁଖ୍ୟମନ୍ତ୍ରୀଙ୍କ ନିକଟରୁ ଉତ୍ତର ପାଇଁ ଅଡିବସି ଥିଲେ ଏବଂ ଗୃହରେ ହୋହାଲ୍ଲା କରିଥିଲେ । ଆଜି ଗୃହ ଆରମ୍ଭରୁ ବିରୋଧି ମୁଖ୍ୟମନ୍ତ୍ରୀଙ୍କ ନିକଟରୁ ଉତ୍ତର ଆଶାରେ ପୁଣି ହୋହାଲ୍ଲା ଓ ନାରାବାଜି କରିଥିଲେ । ଏହାପରେ ବାଚସ୍ପତି ବିଧାନସଭାରେ ମୁଖ୍ୟମନ୍ତ୍ରୀ ଆଜି ଗୃହରେ ଉତ୍ତର ରଖିବେ ବୋଲି ରୁଲିଂ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here